ନଖ ସଂପର୍କରେ ଏସବୁ କଥା ଜାଣନ୍ତି କି ?

ମନୁଷ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଛି ଯାହା ପ୍ରତି ସେ ଅଧିକ ସଚେତନ ଥାଏ ହେଲେ ଏମିତି ବି କିଛି ଅଙ୍ଗ ରହିଛି ଯାହା ପ୍ରତି ସେ ଅନେକ ସମୟରେ ଉଦାସୀନ ରହିଥାଏ। ଏଭଳି ଏକ ଅଙ୍ଗ ହେଲା ନଖ। ଅବଶ୍ୟ ଅନେକ ମହିଳା ଏହାକୁ କେବଳ ଶାରୀରିକ ସୌନ୍ଦର୍ଯ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ମନେ କରନ୍ତି , ହେଲେ ପ୍ରକୃତରେ ନଖ କେବଳ ଆମ ସୌନ୍ଦର୍ଯ୍ୟର ଅଙ୍ଗ ନୁହେଁ,ଏହା ଆମ ସ୍ୱାସ୍ଥ୍ୟର ମଧ୍ୟ ଆଇନା।ଏଣୁ ଏହାର ଉପେକ୍ଷା କରାଯିବା ଉଚିତ୍‌ ନୁହେଁ। ଯେଉଁମାନେ ନଖ ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ,ସେମାନଙ୍କ ପାଇଁ ବୈଜ୍ଞାନିକମାନେ ସତର୍କବାଣୀ ଦେଇଛନ୍ତି।

ଜନୈକ ବୈଜ୍ଞାନିକ କଂଲଗମେନ୍‌ କହିଛନ୍ତି ଯେ,ପ୍ରାଣୀର ମୃତ୍ୟୁ ପରେ ମଧ୍ୟ ତା’ର ନଖ ବଢ଼ିଥାଏ। ସେ ଏସଂପର୍କରେ ଗବେଷଣା କରିଛନ୍ତି। ଶିଶୁର ନଖ ବଢ଼ିବା ତାହାର ମାତା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ମୃତ୍ୟୁ ପରେ ନଖର ଆଖପାଖର ନରମ ଅଂଶ ସଂକୁଚିତ ହେବାକୁ ଆରମ୍ଭ ହୁଏ।ଏଥିପାଇଁ ନଖ ବଢ଼ୁଥିବା ଭଳି ଭ୍ରମ ସୃଷ୍ଟି ହୋଇଥାଏ। ଆହୁରି ମଧ୍ୟ ସେ ଗବେଷଣାରୁ ଜାଣିପାରିଛନ୍ତି ଯେ,କେଶ ଓ ନଖ ତ୍ୱଚାର ଅଂଶ ଅଟନ୍ତି।

କେତେକ ଲୋକଙ୍କ ନଖ ଜନ୍ମରୁ ହିଁ ନରମ ଥାଏ।ଶରୀରରେ ପ୍ରୋଟିନ୍‌ର ଅଭାବତା ଥିଲେ ଏଭଳି ହୋଇଥାଏ।ଏତଦ୍‌ ବ୍ୟତୀତପୋଟାସିୟମ୍‌,ସୋଡ଼ିୟମ୍‌ ହାଇଡ୍ରେକ୍‌ ସାଇଡ଼୍‍ ସଂପର୍କରେ ଆସିଲେ ମଧ୍ୟ ନଖ ନରମ ହୋଇଥାଏ।
ସବୁଠୁ ମଜାଦାର କଥା ହେଲାଯେ,ସବୁ ଆଙ୍ଗୁଳିର ବୃଦ୍ଧି ଏକା ଭଳି ହୋଇ ନଥାଏ। ମଝି ଆଙ୍ଗୁଳି ଓ ଛୋଟ ଆଙ୍ଗୁଳିର ନଖ ଅନ୍ୟ ଆଙ୍ଗୁଳିର ନଖ ତୁଳନାରେ ଡ଼ାହାଣ ହାତର ନଖ ଅତିଶୀଘ୍ର ହିଁ ବଢ଼ିଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ନଖ ଅଧିକ ବଢ଼ିଥାଏ। ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ,ଶୀତ ଋତୁ ତୁଳନାରେ ଗ୍ରୀଷ୍ମ କାଳରେ ନଖ ଅଧିକ ବଢ଼ିଥାଏ।

photo-youtube

ମନେ ରଖନ୍ତୁ ନଖରେ କୌଣସି ପ୍ରକାରର ବିକୃତି ଦେଖାଗଲେ,ତାହା ରୋଗର ପ୍ରାରମ୍ଭିକ ସୂଚନା ହୋଇପାରେ! ଯଦି ନଖ ହଳଦିଆ ରଙ୍ଗ ଦିଶେ,ତେବେ ତୁରନ୍ତ ହିଁ ଆପଣ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଖାଲି ସେତିକି ନୁହେଁ,ନଖରୁ ବ୍ୟକ୍ତିକୁ ଏନିମିଆ,ପୋଲିଓ ଆଦି ରୋଗର ମଧ୍ୟ ସୂଚନ ମିଳିଯାଏ। ହୃଦ୍‌ରୋଗ ,କର୍କଟ ରୋଗଏବଂ ଥାଇରଏଡ଼୍‍ ଆଦିର ମଧ୍ୟ ସୂଚନ ମିଳିଥାଏ । ଏଣୁ ନିଜ ନଖର ଉପଯୁକ୍ତ ଯତ୍ନ ନିଆଯିବା ଦରକାର। ବିଶେଷ କରି ପ୍ରତି ଦିନ ନିଜର ନଖା ସଫା କରିବା ଉଚିତ। ତା’ଛଡ଼ା ନଖ କାଟିବା ବି ଆବଶ୍ୟକ। ନଖରେ କୌଣସି ପ୍ରକାରର ପରିବର୍ତ୍ତନ ଦିଶିଲେ ମଧ୍ୟ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।

 

ନଖ ସଂପର୍କିତ ସମସ୍ୟା ସଂପର୍କରେ ସାଧାରଣରେ ଏକ ଧାରଣା ରହିଛିଯେ,କାଲ୍‌ସିୟମ୍‌ କମ୍‌ ହେଲେ ହିଁ ଏଭଳି ଘଟିଥାଏ।ଏଥିପାଇଁ ଡ଼ାକ୍ତରଙ୍କ ପରାମର୍ଶ ନନେଇ କେବଳ କାଲ୍‌ସିୟମ୍‌ ବଟିକା ଖାଇବା ଠିକ୍‌ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ନଖର ବୃଦ୍ଧି ,ତା’ର ସୌନ୍ଦର୍ଯ୍ୟ ଅଭିବୃଦ୍ଧିରେ କେରିଟିନ୍‌ ପ୍ରୋଟିନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନଖରେ ଠିକ୍‌ ଭାବେ ରକ୍ତସଞ୍ଚାର ନହେଲେ ନଖ ଭଲ ଭାବରେ ବଢ଼ିନଥାଏ ବରଂ ତାହା ପତଳା ହୋଇଯାଏ।

ସମ୍ବନ୍ଧିତ ଖବର