ଆପଣଙ୍କ ଚାରି ପାଖରେ ସକାରାତ୍ମକ କି ନକାରାତ୍ମକ ଶକ୍ତି ରହିଛି? ଜାଣନ୍ତୁ ଏପରି

ଆମ ଚାରି ପାଖରେ ବିଭିନ୍ନ ଧରଣର ଲୋକ ଥାଆନ୍ତି । ସେମାନଙ୍କ ଠାରୁ ଆମକୁ ନକାରାତ୍ମକ ଶକ୍ତି ନା ସକାରାତ୍ମକ ଶକ୍ତି ମିଳିଥାଏ, ଏହା ଆମେ ଜାଣିବା ଉଚିତ୍‌ । କାରଣ ଏହା ଦ୍ୱାରା ଆପଣ ବି ପ୍ରଭାବିତ ହୋଇ ପାରନ୍ତି । ଆପଣଙ୍କ ପାଖରେ ନକାରାତ୍ମକ ଶକ୍ତି ଅଛି କି ନାହିଁ ଜାଣିବା ପାଇଁ ଲୋକଙ୍କୁ ଜାଣନ୍ତୁ । ଯଦି ସେ ଚିନ୍ତିତ ଥିବେ ବା ଚିଡ଼ି ଚିଡ଼ି ହେଉଥିବେ, ତେବେ ତାଙ୍କ ଠାରୁ ନକାରାତ୍ମକ ଶକ୍ତି ଆସୁଛି ବୋଲି ଜାଣନ୍ତୁ । ଅପରପକ୍ଷରେ ଯଦି ଆପଣଙ୍କ ପାଖରେ ଥିବା ଲୋକଟି ଶାନ୍ତ ଓ ହସ ହସ ମୁହଁରେ କଥା କହୁଥିବେ, ତେବେ ଜାଣନ୍ତୁ ତାଙ୍କଠାରୁ ସକାରାତ୍ମକ ଶକ୍ତି ଆସୁଛି ।

www.caba.org.uk

ଆପଣଙ୍କ ପାଖରେ କିଭଳି ଶକ୍ତି ଅଛି, ତାହା ଜାଣିବା ପାଇଁ ଧ୍ୟାନ କରନ୍ତୁ । ଯେଉଁ ଲୋକଙ୍କୁ ଆପଣ ଭେଟୁଛନ୍ତି ତାଙ୍କର ମୁଡ଼୍‍, ଶରୀରିକ ଗଠନ ଓ କେଉଁ ରଙ୍ଗର ପୋଷାକ ପିନ୍ଧୁଛନ୍ତି, ତାକୁ ଧ୍ୟାନ ଦିଅନ୍ତୁ । ସେଥିରୁ ଆପଣ ଜାଣିପାରିବେ ଯେ ସେ କିଭଳି । ଏଥିରେ ଲୋକର ଭୂମିକା ବି ଗୁରୁତ୍ୱପୁର୍ଣ୍ଣ । ଆପଣଙ୍କ ଲୋମ ଯଦି ଆରାମଦାୟକ, ରକ୍ଷଣାତ୍ମକ, ସୁରକ୍ଷିତ ଓ ଆନନ୍ଦରେ ରୁହନ୍ତି, ତେବେ ଜାଣନ୍ତୁ ଆପଣଙ୍କ ପାଖରେ ସକାରାତ୍ମକ ଶକ୍ତି ରହିଛି । ଅନ୍ୟ ପକ୍ଷରେ ଯଦି ଲୋମ ବିପରୀତଧର୍ମୀ କଥା ଅନୁଭବ କରେ, ତେବେ ନକାରାତ୍ମକ ଶକ୍ତି ରହିଛି ବୋଲି ଧରି ନିଅନ୍ତୁ । ଯଦି ନକାରାତ୍ମକ ଶକ୍ତି ଥିବାର ଅନୁଭବ କରୁଥିବେ, ତେବେ ଧ୍ୟାନ କରି ଜାଣନ୍ତୁ ଏହାର କାରଣ କ’ଣ? ନିରବତା ଭିତରେ ଧ୍ୟାନ କଲେ, ଏଥିରୁ ମୁକୁଳିବାର ଉପାୟ ପାଇ ପାରିବେ ।

ସମ୍ବନ୍ଧିତ ଖବର