ରାତିରେ ଏହି ଖାଦ୍ୟ ଖାଉଛନ୍ତି କି ! ହ୍ରାସ ପାଇପାରେ ଆୟୁଷ

ମୃତ୍ୟୁ ଅପରିହାର୍ଯ୍ୟ। ଅର୍ଥାତ୍‌ ଆପଣ ଯେତେ ଚେଷ୍ଟା କଲେ ବି ମୃତ୍ୟୁକୁ ରୋକି ପାରିବେ ନାହିଁ। ଏହା ଦିନେ ନା ଦିନେ ନିଶ୍ଚିତ ଭାବେ ଆସିବ। ଜନ୍ମ ଓ ମୃତ୍ୟୁ ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ହଁ ଏମିତି ହୋଇପାରେ ଆମେ ଶରୀରକୁ ସୁସ୍ଥ ରଖି ଦୀର୍ଘାୟୁ ହୋଇପାରିବା। ସମୟସମୟରେ ଜୀବନଶୈଳୀରେ ଏମିତି କିଛି ଭୁଲ କରିଥାଉ ଯଦ୍ୱାରା ଆମ ଶରୀର ଅସୁସ୍ଥ ହୋଇପଡ଼ିଥାଏ। ଯେତେ ଔଷଧ ସେବନ କଲେ ମଧ୍ୟ ଶରୀରସୁସ୍ଥ ହୋଇ ପାରି ନଥାଏ। ତେବେ ଏଭଳି ଅବସ୍ଥା ପାଇଁ ଅନ୍ୟ କେହି ନୁହେଁ ଆମେ ନିଜେ ହିଁ ଦାୟୀ ହୋଇଥାଉ।

ଗରୁଡ ପୁରାଣରେ ଏମିତି କେତେଟି ଜିନିଷ ସମ୍ପର୍କରେ କୁହାଯାଇଛି, ଯାହା କରିବା ଦ୍ୱାରା ଆମର ଆୟୁଷ କମ୍‌ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପ୍ରଥମେ ଆସୁଛି ଦହି। ଦହି ଶରୀରପକ୍ଷେ ଖୁବ୍‌ ହିତକର। କିନ୍ତୁ ଏହାକୁ ରାତିରେ ସେବନ କରିବା ଅନୁଚିତ। ଦହିକୁ ଯଦି ଆପଣ ରାତିରେ ସେବନ କରୁଛନ୍ତି ତେବେ ଅନେକ ରୋଗ ଓ ସମସ୍ୟା ଦେଖା ଦେଇପାରେ ! ଆୟୁର୍ବେଦ ଅନୁସାରେ ବି ରାତିରେ ଦହି ଖାଇବା ମନା ହୋଇଥାଏ। ଯଦି ରାତିରେ ହିଁ ଆପଣଙ୍କୁ ଦହି ଖାଇବାର ଅଛି ତେବେ ରାତି ଭୋଜନ ଖାଇବାର ତିନି-ଚାରି ଘଣ୍ଟା ପରେ ଖାଆନ୍ତୁ। ଶୋଇବାକୁ ଯାଉଥିବା ସମୟରେ ଦହିକୁ ଆଦୌ ସେବନ କରନ୍ତୁ ନାହିଁ। କାରଣ ଏହା ପାଚନକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ସକାଳେ ହେଲେ ଶରୀର ଫୁର୍ତ୍ତି ଲାଗି ନଥାଏ। ଫଳରେ କୌଣସି କାମ କରିବାରେ ମନ ଲାଗେ ନାହିଁ।

ସେହିପରି ରାତି ସମୟରେ ମାଂସ ଖାଇବା ବି ବର୍ଜନ କରିବା ଉଚିତ। ସେହିଭଳି ମାଂସ ତରକାରୀ ଯଦି ଦୁଇ କିମ୍ବା ତିନିର ଅଛି ତେବେ ତାହାକୁ ନଖାଇବା ହିଁ ଶରୀରପକ୍ଷେ ଭଲ। କାରଣ ଗୋଟିଏ ଦିନରୁ ଅଧିକ ଦିନ ମାଂସ ରହିଗଲେ ସେଥିରେ ଏକ ପ୍ରକାର ବେକଟେରିଆ ଜାତ ହୋଇଥାଏ। ଯାହାକୁ ଖାଇବା ଦ୍ୱାରା ଅନେକ ରୋଗ ହୋଇଥାଏ।

ସକାଳୁ ଯେଉଁମାନେ ବିଳମ୍ବରେ ଉଠି ଥାଆନ୍ତି ସେମାନଙ୍କ ଆୟୁ ବି କମ୍‌ ହୋଇଥାଏ। ଯେଉଁ ଲୋକମାନେ ସକାଳେ ଶୀଘ୍ର ଉଠି ଥାଆନ୍ତି ସେମାନଙ୍କୁ ସ୍ୱଚ୍ଛ ପନବ ମିଳିଥାଏ। ତାଙ୍କ ଚର୍ମ ସୁସ୍ଥ ରହିଥାଏ। ଯେଉଁମାନେ ବିଳମ୍ବରେ ଉଠନ୍ତି ସେମାନେ ପ୍ରଦୂଷଣଯୁକ୍ତ ପବନ ପ୍ରଥମେ ନିଶ୍ୱାସ-ପ୍ରଶ୍ୱାସରେ ନେଇଥାଆନ୍ତି। ଯାହାକି ସ୍ୱାସ୍ଥ୍ୟପକ୍ଷେ କ୍ଷତି କାରକ ହୋଇଥାଏ।

ଯଦି ଆପଣ କୌଣସି ବ୍ୟକ୍ତିଙ୍କ ଶବଦାହରେ ଯାଉଛନ୍ତି ତୁରନ୍ତ ସେଠାରୁ ଆସି ସ୍ନାନ କରି ନିଅନ୍ତୁ। ଏପରି କରିବା ଦ୍ୱାରା ଶ୍ମସାନରୁ ଆସିବା ବେଳେ ଆପଣଙ୍କ ଦେହରେ ଲାଗିଥିବା ବେକଟେରିଆ ପରିଷ୍କାର ହୋଇଯାଏ। ଆପଣଙ୍କୁ କୌଣସି ପ୍ରକାର ସଂକ୍ରମଣ ହୁଏ ନାହିଁ। ଶ୍ମସାନର ପବନ ଓ ମାଟି ବହୁ ପ୍ରଦୂଷଣ ତଥା ବେକ୍‌ଟେରିଆରେ ଭର୍ତ୍ତି ରହିଥାଏ। ତେଣୁ ସେଠରେ ବେଶୀ ସମୟ ରହିବା ଠିକ୍‌ ହୋଇ ନଥାଏ।

ସମ୍ବନ୍ଧିତ ଖବର