ଜୀବନରେ କେବେ ବି ଏହି ୩ଟି କଥାକୁ ଭୁଲିବା ଅନୁଚିତ !

ସାଧାରଣତଃ ଜୀବନରେ ପ୍ରତ୍ୟେକ ବ୍ୟକ୍ତିକୁ ଏହି ୩ଟି କଥାକୁ ସର୍ବଦା ହିଁ ମନେ ରଖିବା ଉଚିତ୍‌ । କାରଣ ଏହି ୩ ଟି ଜିନିଷ କାହାରିକୁ ଅପେକ୍ଷା କରିନଥାଏ। ଆଉ ଯେଉଁ ବ୍ୟକ୍ତି ଏହି ତିନୋଟି କଥାକୁ ମନେ ରଖିଥାଏ , ତାର ଜୀବନ ସୁଖରେ କଟିଥାଏ।
୧- ପ୍ରଥମତଃ ସମୟ,ମୃତ୍ୟୁ ଓ ଗ୍ରାହକ କାହାକୁ ଅପେକ୍ଷା କରେ ନାହିଁ। ଆଉ ଯଦି ଏହା ଥରେ ଚାଲିିଯାଇଥାଏ ତେବେ ସେ ଆଉ କେବେବି ପଛକୁ ଫେରିନଥାଏ।
୨-ଏଥିସହିତ ଏମିତି ୩ଟି ଜିନିଷ ରହିଛି ଯାହାକି ଥରେ ବାହାରିଗଲେ ଆଉ ସେ ଆଉ ଫେରି ହିଁ ନଥାଏ। ସେହି ଜିନିଷ ହେଉଛି ଧନୁଠାରୁ ଶର,ଜ୍ୱିହାଠାରୁ କଥା ଓ ଶରୀରରୁ ପ୍ରାଣ।
୩-ଏହାସହିତ ଆପଣ ଏହି ତିନୋଟି ଜିନିଷ ଯଥା-ଦୁଷ୍ଟ ମିତ୍ର,ସ୍ୱାର୍ଥୀ ଓ ନିଦ ଠାରୁ ସର୍ବଦା ହିଁ ଦୂରେଇ ରୁହନ୍ତୁ।
୪-ଏତଦ୍‌ବ୍ୟତୀତ ଏହି ସଂସାରରେଏପରି ତିନୋଟି ଜିନିଷ ରହିଛି ଯାହାଙ୍କ ଉପରେ ସର୍ବଦା ବ୍ୟକ୍ତିକୁ ତାହାର ମନ ଲଗାଇବା ଦରକାର। ଆଉ ସେହି ଜିନିଷ ଗୁଡ଼ିକ ହେଉଛି ଇଶ୍ୱର , ପରିଶ୍ରମ ଓ ବିଦ୍ୟା।
୫-ତେବେ ଋଣ,ଦାୟିତ୍ୱ ଓ ରୋଗ ଏହି ତିନୋଟି ଜିନିଷକୁ ବି ଆପଣ କେବେ ହେଲେ ଭୁଲନ୍ତୁ ନାହିଁ।
୬-ଏହାସହିତ ଆପଣ ଏହ ିତିନି ଜଣଙ୍କୁ ସର୍ବଦା ହିଁ ଆପଣଙ୍କ ଜୀବନରେ ସମ୍ମାନ କରନ୍ତୁ। ସେମାନେ ହେଲେ ମା’ ବାପା ଓ ଗୁରୁ।
୭-ଏଥିସହିତ ପ୍ରତ୍ୟେକ ବ୍ୟକ୍ତିକୁ ତାହାର ଜୀବନରେ କାମ,ଲୋଭ ଓ ମନକୁ ମଧ୍ୟ ନିଜ ଆୟତ୍ତରେ ରଖିବା ଉଚିତ ଅଟେ।
୮-ଏହା ସଙ୍ଗେ ସଙ୍ଗେ ଆପଣ ବାଳକ,ଭିକାରୀ ଓ ପାଗଳ ଭଳି ତିନିଜଣ ଲୋକଙ୍କୁ ବି ସର୍ବଦା ହିଁ ଦୟା କରନ୍ତୁ।


୯-ଏଥିସହିତ ମା,ବାପା ଓ ସମୟ ଜୀବନରେ ଥରଟିଏ ମିଳୁଥିବାରୁ ଆପଣ ଏହାକୁ କେବେବି ଅଣଦେଖା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର