କିଶୋର-କିଶୋରୀମାନଙ୍କୁ ଭୁଲରେ ବି କହନ୍ତୁ ନାହିଁ ଏହି ୫ଟି କଥା

ପିଲାମାନଙ୍କର ଲାଳନ ପାଳନ କରିବା ମାତା-ପିତାମାନଙ୍କ ପାଇଁ ଏକ କଠିନ ଦାୟିତ୍ୱ। ଖାସ୍‌ କରି ପିଲାମାନେ ଯେତେବେଳେ କିଶୋର ଅବସ୍ଥାରେ ପଦାର୍ପଣ କରନ୍ତି, ସେତେବେଳେ ସେମାନଙ୍କୁ ଏବଂ ସେମାନଙ୍କ କଥାକୁ ବୁଝିବା ସବୁଠାରୁ କଷ୍ଟକର ହୋଇଥାଏ । ବେଳେବେଳେ ପାଠପଢ଼ାରେ ଧ୍ୟାନ ନ ଦେଲେ ବା କିଛି ଭୁଲ କାମ କଲେ ସେମାନଙ୍କୁ ଠିକ୍‌ ବାଟକୁ ଆଣିବା ପାଇଁ ସେମାନଙ୍କୁ ଆପଣମାନେ ଗାଳି ଦେଇଥାନ୍ତି । କିନ୍ତୁ ସେହି ଗାଳି ବେଳେବେଳେ ସେମାନଙ୍କୁ ଠିକ୍‌ ବାଟକୁ ଆଣିବା ଅପେକ୍ଷା ଭୁଲ ବାଟକୁ ନେଇ ଯାଇଥାଏ । ଆଜି ଆମେ ଆପଣ ଆପଣଙ୍କ ପିଲାଙ୍କୁ କହୁଥିବା କଥା ବିଷୟରେ କହିବୁ, ଯେଉଁ କଥା ସେମାନଙ୍କୁ ଠିକ୍‌ ବାଟକୁ ଆଣିବା ଅପେକ୍ଷା ଭୁଲ ବାଟକୁ ନେଇ ଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ମୁଁ ତୁମମାନଙ୍କ ବୟସରେ ଥିଲା ବେଳେ ବହୁତ ଆଜ୍ଞାକାରୀ ଏବଂ ସଂସ୍କାରୀ ଥିଲି ବୋଲି ନିଜ ପିଲାମାନଙ୍କୁ ଆଦୌ କୁହନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ ସେମାନଙ୍କୁ ଅପମାନିତ କରୁଛନ୍ତି ବୋଲି ଭାବିବା ସହ ସେମାନେ ଆହୁରି ଖରାପ ହୋଇ ଚାଲନ୍ତି ।

punjabkesari.in

୨.ଯଦି ଆପଣଙ୍କ ପିଲାମାନେ ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି, ତେବେ ସମୟ ବାହାର କରି ସେମାନଙ୍କ କଥା ଶୁଣିବା ସହ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଏପରି କରୁ ନାହାନ୍ତି ତା’ ହେଲେ ଆପଣଙ୍କ ପିଲାମାନେ କଥା ଲୁଚାଇବା ଆରମ୍ଭ କରି ଦିଅନ୍ତି ।

punjabkesari.in

୩.ନିଜ ପିଲାମାନଙ୍କର ଅନ୍ୟ ପିଲାମାନଙ୍କ ସହ ତୁଳନା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ କମ ହେବା ସହ କିଛି ନୂଆ କରିବାର ଇଚ୍ଛା ମରି ଯାଇଥାଏ ।

TODAY Parenting Team

୪.ବେଳେ ବେଳେ ମାତା-ପିତାମାନେ ରାଗରେ ନିଜ ପିଲାମାନଙ୍କୁ କଥା ନ ଶୁଣିଲେ ଭବିଷ୍ୟତରେ ପଶ୍ଚାତାପ କରିବ ବୋଲି କହି ଦିଅନ୍ତି । ଏପରି କହିବା ଦ୍ୱାରା ସେମାନେ ଭଲ ହେବା ପରିବର୍ତ୍ତେ ଖରାପ ହୋଇ ଯାଆନ୍ତି ।

tribecacare.com

୫.ପିଲାମାନେ ଭୁଲ କଲେ ସେମାନଙ୍କୁ ଠିକ୍‌ କରିବା ମାତା-ପିତାଙ୍କର ଦାୟିତ୍ୱ । କିନ୍ତୁ ସବୁବେଳେ ଭୁଲ ନିଷ୍ପତ୍ତି ନେଉଛ ବୋଲି ବାରମ୍ବାର କହିବା ଦ୍ୱାରା ସେମାନେ ନିଜ ଜୀବନ ପାଇଁ କିଛି ଠିକ୍‌ ନିଷ୍ପତ୍ତିି ନେଇ ପାରିବେ ବୋଲି ବିଶ୍ୱାସ ଛାଡ଼ି ଦିଅନ୍ତି ।

 

ସମ୍ବନ୍ଧିତ ଖବର