ଏହି ସ୍ମାର୍ଟଫୋନ୍‌ ଆପ୍‌ ଜରିଆରେ ଗ୍ରାମାଞ୍ଚଳରେ କହିହେବ ମଧୁମେହ ପରୀକ୍ଷା

ନୂଆଦିଲ୍ଲୀ: ଗବେଷକ ଏକ ସ୍ମାର୍ଟଫୋନ୍‌ ଆପ୍‌ ବାହାର କରିଛନ୍ତି। ଏହି ଆପ୍‌ ଜରିଆରେ ମଧୁମେହ ପରୀକ୍ଷା କରିହେବ। ଏହି ଆପ୍‌ ବିଶେଷ କରି ଗ୍ରାମାଞ୍ଚଳ ଲୋକଙ୍କ ସକାଶେ ବାହାର କରାଯାଇଛି। ଏହି ସ୍ମାର୍ଟଫୋନ୍‌ ଆପ୍‌ର ନାଁ ହେଉଛି ‘ସ୍ମାର୍ଟ ହେଲ୍‌ଥ’। ଏହି ଆପ୍‌ଟିକୁ ଅଞ୍ଚଳର ଆଶା କର୍ମୀମାନେ ବ୍ୟବହାର କରିବେ। ସେମାନଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ। ସେମାନେ ଏହି ଆପ୍‌ ବ୍ୟବହାର କରି ଗ୍ରାମାଞ୍ଚଳ ଲୋକଙ୍କୁ ତାଙ୍କ ରୋଗ ସଂପର୍କରେ ସୂଚନା ପ୍ରଦାନ କରିବେ।

ଆଶାକର୍ମୀମାନେ କେବଳ ପରୀକ୍ଷା କରିବେ ନାହିଁ, ବରଂ ଜୀବନ ଯାକ କିପରି ଚଳିବାକୁ ହେବ ସେ ସଂପର୍କରେ ମଧ୍ୟ ସଚେତନତା ପ୍ରଦାନ କରିବେ। ସେମାନଙ୍କ ଚିକିତ୍ସା ସକାଶେ ଡାକ୍ତର ମଧ୍ୟ ଯୋଗାଇ ଦିଆଯିବ।

ଭାରତରେ ପ୍ରାୟ ୫୦ ମିଲିୟନ୍‌ ବ୍ୟକ୍ତିଙ୍କର ଟାଇପ୍‌୨ ଡାଇବେଟିସ୍‌ ରହିଛି। ପ୍ରତିବର୍ଷ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ଆପ୍‌ ଗ୍ରାମାଞ୍ଚଳରେ ଚିକିତ୍ସା ଅଭାବ ହେତୁ ଘଟୁଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରିବ। କେବଳ ଗ୍ରାମାଞ୍ଚଳରେ ୨୫ ମିଲିୟନ୍‌ ଲୋକ ବସବାସ କରୁଛନ୍ତି।

ତେବେ ଏହି ଆପ୍‌ ବ୍ୟବାହରକାରୀ ଲୋକଙ୍କ ସହାୟତା କରିବା ପାଇଁ ଅଭିଜ୍ଞ ଓ ଦକ୍ଷ ସହାୟିକାଙ୍କୁ ନିୟୋଜିତ କରାଯିବ।

ସମ୍ବନ୍ଧିତ ଖବର