ଏସବୁ ଖାଦ୍ୟ ସାମଗ୍ରୀ ନିରାମିଷ ନୁହେଁ !

ଆମେ ଅନେକ ସମୟରେ ଏଭଳି ଖାଦ୍ୟଗ୍ରହଣ କରିଥାଉ,ତାହା ନିରାମିଷ ବୋଲି ଭାବିଥାଉ। କିନ୍ତୁ ପ୍ରକୃତରେ ସେଗୁଡିକ ସେଭଳିଆ ନୁହେଁ। ତାହା ପ୍ରକୃତରେ ଆମିଷ ବା ନନ୍‌ଭେଜ୍‌। ଯଦି ଆପଣ ଶୁଦ୍ଧ ଶାକାହାରୀ,ତେବେ ସେସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖିପାରନ୍ତି।
ଆସନ୍ତୁ ଜାଣିବା ସେହି ଖାଦ୍ୟ ସାମଗ୍ରୀ ଗୁଡିକ ସଂପର୍କରେ….
ଚିନି:-ହ୍ଵାଇଟ୍‌ ସୁଗାର୍‌ ବା ଚିନିକୁ ସଫା କରିବା ପାଇଁ ଏକ ପ୍ରାକୃତିକ କାର୍ବନର ପ୍ରୟୋଗ ହୋଇଥାଏ। ହେଲେ ଆପଣ କ’ଣ ଜାଣନ୍ତି କି ଏହା ପଶୁମାନଙ୍କ ହାଡରୁ ମିଳିଥାଏ। ଏଣୁ ଚିନି ମଧ୍ୟ ନିରାମିଷ ନୁହେଁ।

ସୁପ୍‌:-ରେସ୍ତୁରାଁରେ ପ୍ରସ୍ତୁତ ହେଉଥିବା ସୁପ୍‌ରେ ବିଭିନ୍ନ ପ୍ରକାରର ସସ୍‌ର ପ୍ରୟୋଗ କରାଯାଇଥାଏ,ଯାହା ମାଛରୁ ମିଳୁଥିବା ଉତ୍ପାଦରୁ ପ୍ରସ୍ତୁତ।ଏଣୁ ସୁପ୍‌ ପାଇଁ ଅର୍ଡର ଦେବା ଆଗରୁ ଜାଣି ନିଅନ୍ତୁ ଏ ବିଷୟରେ।
ତେଲ:- ଅଧିକାଂଶ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍‌ସ ମିଳିଥାଏ,ଯାହା ପ୍ରକୃତରେ ଶାକାହାରୀ ନୁହେଁ।କେତେକ ତେଲରେ ଲେନୋଲିନ୍‌ ଥାଏ,ଯାହା ଶାକାହାରୀ ନୁହେଁ।

ବିଅର୍‌/ଓ୍ଵାଇନ୍‌:-ବିଅର୍‌ /ଓ୍ଵାଇନ୍‌କୁ ସଫା କରିବା ଲାଗି ଇଜିନ୍‌ ଗ୍ଲାସର ପ୍ରୟୋଗ କରାଯାଇଥାଏ,ଯାହା ମାଛ ରକ୍ତରୁ ତିଆରି ହୋଇଥାଏ।
ଜାମ୍‌:-ଯଦି ଆପଣ ଶାକାହାରୀ ବୋଲି ଭାବୁଥାନ୍ତି,ତେବେ ତାହା ଠିକ୍‌ ନୁହେଁ,କାରଣ ଏଥିରେ ଜିଲେଟିନ୍‌ ଥାଏ,ଯାହା ପଶୁମାନଙ୍କ ଠାରୁ ମିଳିଥାଏ।

ସମ୍ବନ୍ଧିତ ଖବର