ମିଠା ଖାଇବା ଦ୍ୱାରା ନୁହେଁ ଏହି ୫ଟି କାରଣ ପାଇଁ ହୋଇଥାଏ ମଧୁମେହ ରୋଗ…

ଅନେକ ସମୟରେ ଲୋକାମାନେ ମିଠା ଖାଇବା ଦ୍ୱାରା ମଧୁମେହ ରୋଗ ହୋଇଥାଏ ବୋଲି କହୁଥିବାର ଆପଣମାନେ ଶୁଣୁଥିବେ । କିନ୍ତୁ ମଧୁମେହ ରୋଗର ପ୍ରକୃତ କାରଣ କ’ଣ ତାହା ସେମାନେ ଜାଣି ପାରନ୍ତି ନାହିଁ । ପ୍ରତି ଦିନର ଦିନଚର୍ଯ୍ୟା ପାଇଁ ଲୋକମାନେ ମଧୁମେହ ରୋଗର ଶିକାର ହୋଇଥାନ୍ତି ବୋଲି ତାହା ସେମାନଙ୍କୁ ଜଣା ନଥାଏ । ଆଜି ଆମେ ଆପଣଙ୍କୁ ମଧୁମେହ ରୋଗର ପ୍ରକୃତ କାରଣ ବିଷୟରେ ଜଣାଇବାକୁ ଯାଉଛୁ ।

୧. ପାଣି ନ ପିଇବା, ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଏବଂ ବ୍ୟାୟାମ ନ କରିବା ଦ୍ୱାରା ମଧୁମେହ ରୋଗ ହୋଇଥାଏ ।

୨. କିଛି ଲୋକ ବିଳମ୍ବରେ ଉଠୁଥିବାରୁ ସକାଳର ଖାଦ୍ୟ ଖାଇ ପାରନ୍ତି ନାହିଁ । ଯାହାଦ୍ୱାରା ସେମାନଙ୍କ ପାଖରେ ଟାଇପ୍‌-୨ ମଧୁମେହ ରୋଗ ଦେଖା ଯାଇଥାଏ । ସକାଳ ସମୟରେ ନ ଖାଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ ରେଜିଷ୍ଟେନ୍ସ ବଢ଼ି ଯାଇଥାଏ । ଯାହାଦ୍ୱାରା ମେଟାବଲିଜିମ୍‌ ସିଷ୍ଟମ ଉପରେ ପ୍ରଭାବ ପଡ଼ିବାକୁ ଲାଗିବା ସହ ମଧୁମେହର ଆଶଙ୍କା ବଢ଼ିଥାଏ ।

nari.punjabkesari.in

୩. ଶରୀରରେ ଭିଟାମିନ୍‌ ଡିର ଅଭାବ ହେବା ଦ୍ୱାରା ରକ୍ତ ଗ୍ଲୁକୋଜ୍‌ର ସ୍ତର ବଢ଼ି ଯାଇଥାଏ । ଯାହାକୁ ପ୍ରି-ଡାଏବେଟିକ୍‌ ବୋଲି କୁହାଯାଏ । କିନ୍ତୁ ଧୀରେ ଧୀରେ ଏହା ମଧୁମେହ ରୋଗରେ ପରିଣତ ହୋଇ ଯାଇଥାଏ ।

୪.ଯେଉଁ ଲୋକମାନେ ଦିନ ସାରା ଅଫିସରେ ବସି ରହି କାମ କରନ୍ତି ଏବଂ ଜମା ବି ବ୍ୟାୟାମ କରନ୍ତି ନାହିଁ, ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ୮୦ପ୍ରତିଶତ ବଢ଼ିଯାଏ ।

nari.punjabkesari.in

୫. ଅଧିକ ସମୟ ଧରି କୌଣସି କଥାକୁ ନେଇ ଚିନ୍ତା କରିବା ଦ୍ୱାରା ଶରୀରରେ ସର୍କରା ସ୍ତର ବଢ଼ି ଯାଇଥାଏ ।

ସମ୍ବନ୍ଧିତ ଖବର