ଏହି ଧରଣର ବ୍ୟକ୍ତି ଆଦୌ ବିଶ୍ୱାସଯୋଗ୍ୟ ନୁହଁନ୍ତି

ଅନ୍ୟ ଉପରେ ବିଶ୍ୱାସ ରଖିବା ଏକ ଭଲ କଥା। ଏହା ଦ୍ୱାରା ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ତଥାପି ବି ସବୁଥିରେ କିଛି କଟକଣା ବି ତ ରହିଛି। ତେବେ, ସବୁ ଲୋକଙ୍କୁ ବିଶ୍ୱାସ କରି ବସିବା ଅନୁଚିତ୍‌। କେତେକ ଲୋକ ଅଛନ୍ତି ସେମାନଙ୍କୁ ବିଶ୍ୱାସ କଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ସେପରି ଲୋକଙ୍କ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

-ବିନା କାରଣରେ ଯଦି କେହି ବାରମ୍ବାର ଆପଣଙ୍କ ପ୍ରଶଂସା କରୁଛନ୍ତି ତେବେ ,ସେପରି ଲୋକଙ୍କୁ ବିଶ୍ୱାସ କରିବା ଅନୁଚିତ। କୋଉଠି ନା କୋଉଁଠି ଆପଣଙ୍କ ପ୍ରଶଂସା କରିବା ପଛରେ ତାଙ୍କର ସ୍ୱାର୍ଥ ପ୍ରତିପାଦନ କରିବାର ଇଚ୍ଛାଟିଏ ଲୁଚିକରି ରହିଥାଏ।

-ଯେଉଁ ବ୍ୟକ୍ତି ଅନ୍ୟ ବିରୋଧରେ ଆସି ଆପଣଙ୍କ ସମ୍ମୁଖରେ ଗପୁଛନ୍ତି ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ସେପରି ଲୋକ ଆପଣଙ୍କ ବିରୋଧରେ ବି ଅନ୍ୟ ଆଗରେ ଗପୁଥିବେ ବୋଲି ନିଶ୍ଚିତ ହୋଇଯାଆନ୍ତୁ।

-ସବୁ କଥାରେ ନିଜ ଫାଇଦା ଦେଖୁଥିବା ବ୍ୟକ୍ତିଠାରୁ ଦୂରେଇ ରୁହନ୍ତୁ। କାହିଁକି ନାଁ ଭଲ ସଂପର୍କର ପରମାପକ ଫାଇଦା ନୁହେଁ, ଶ୍ରଦ୍ଧା ହୋଇଥାଏ।

-ସଂପର୍କକୁ ସବୁବେଳେ ଟଙ୍କା ଦ୍ୱାରା ତଉଲୁଥିବା ବ୍ୟକ୍ତି ନିହାତି ସ୍ୱାର୍ଥପର ହୋଇଥାନ୍ତି। ସେମିତି ଯଦି କେହି ଆପଣଙ୍କ ସଂସ୍ପର୍ଶରେ ଅଛନ୍ତି ତେବେ ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧିତ ଖବର