ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ:୯, ୧୮ ଓ ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ନଅ (୯)

ବର୍ଷଟି ଆପଣଙ୍କ ସ୍ମୃତି ପଟରେ ଅଲେଖା କାଳିରେ ଲେଖା ହୋଇ ରହିଯିବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଏ ବର୍ଷ ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବର୍ଷର କିଛି ମାସ ଆପଣଙ୍କର ଲାଭ ଆପଣଙ୍କ ଆଶାକୁ ଟପି ଯିବ। ଆଇନ ବ୍ୟବସାୟୀମାନେ ବହୁ ସଫଳତା ହାସଲ କରିବେ। ସମାଜସେବା ଓ ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ଚାକିରିରେ ପ୍ରମୋସନ ମିଳିବ ଓ ବିଦେଶ ମଧ୍ୟ ଯାଇପାରନ୍ତି। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ପଇସା ନିବେଶ କରନ୍ତୁ, ଭବିଷ୍ୟତରେ ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ। ବୈବାହିକ ଜୀବନ ସୁଖକର ହେବ। ଫେବ୍ରୁଆରି, ମାର୍ଚ୍ଚ ମାସ ଭିତରେ ସପରିବାର ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ ଓ ଆପଣଙ୍କ ମନରେ ନବୀନ ଉତ୍ସାହ ସଂଚାର ହେବ। ଅବିବାହିତମାନେ ପ୍ରେମ ଆଳାପ କରିବା ପାଇଁ ଚମତ୍କାର ସୁଯୋଗ ପାଇପାରିବେ। ୨୧ରୁ ୩୩ ବର୍ଷର ଯୁବତୀମାନେ ଏ ବର୍ଷ ବିବାହ କରିପାରିବେ। ଇଂଜିନିୟରିଂ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ କରିବେ।
ଶୁଭଅକ୍ଷର: ଉ, ଏ ଏବଂ ଲ।
ଶୁଭରତ୍ନ: ରକ୍ତପ୍ରବାଳ ଓ ଗାରନେଟ।
ଶୁଭସ୍ଥାନ: କେନ୍ଦୁଝର, ବୈପାରିଗୁଡ଼ା ଓ ଆଠଗଡ଼।

ସମ୍ବନ୍ଧିତ ଖବର