ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତ କରନ୍ତୁ ନାହିଁ ଏ ସବୁ ଭୁଲ

ଅଧିକ ଖାଇବା ଦ୍ୱାରା ଲୋକମାନେ ମୋଟାପଣର ଶିକାର ହୋଇଥାନ୍ତି ବୋଲି ଭାବିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ମୋଟାପଣର କାରଣ ହେଉଛି ମେଟାବଲିଜିମ ଦୁର୍ବଳ ହେବା । ମେଟାବଲିଜିମ ଦୁର୍ବଳ ହେଲେ ଖାଦ୍ୟ ଫ୍ୟାଟ୍‌ ଆକାରରେ ଶରୀରରେ ଜମା ହେବାକୁ ଲାଗିଥାଏ । ଏହା ସହ ହରମୋନ ଅସନ୍ତୁଳନ ହେଲେ ମଧ୍ୟ ମୋଟାପଣର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଆଜି ଆପଣଙ୍କ କେଉଁ ଭୁଲ ଆପଣଙ୍କ ଓଜନ ବଢ଼ାଇଥାଏ, ତାହା ଜାଣିବା ।

୧. ଅନେକ ଲୋକ ଟିଭି ଦେଖି ଖାଇବାର ଅଭ୍ୟାସ ରଖିଥାନ୍ତି । ଯାହାଦ୍ୱାରା ସେମାନେ କେତେ ଖାଇବା ଖାଉଛନ୍ତି, ସେଥିପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଖାଇବା ସମୟରେ ଅନ୍ୟ କୌଣସି କାମ ନ କରି ଖାଇବାକୁ ଭଲ ଭାବରେ ଚୋବାଇ ଖାଇବା ଦରକାର । ଯାହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବ ।

nari.punjabkesari.in

୨. ସମସ୍ତଙ୍କୁ ୮ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ ଲୋକେ କାମ ନିଶାରେ ଠିକ୍‌ ଭାବରେ ଶୋଇ ପାରନ୍ତି ନାହିଁ । କିଛି ଲୋକ ଠିକ ସମୟରେ ନ ଶୋଇ ଟିଭି ବା ଫୋନ ଦେଖିଥାନ୍ତି । ଯାହା ସେମାନଙ୍କ ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ ।

୩. କିଛି ଲୋକ ସକାଳୁ ସକାଳୁ ପାଣି ନ ପିଇ ଚା’ ପିଇଥାନ୍ତି । ଖାଲି ପେଟରେ ପାଣି ନ ପିଇବା ଦ୍ୱାରା ପେଟ ସଫା ହୋଇ ନଥାଏ । ଏଭଳି କିଛି ଦିନ ହେବା ଦ୍ୱାରା ଓଜନ ବଢ଼ିବାକୁ ଲାଗିଥାଏ ।

Allure

୪. କୌଣସି ଶାରୀରିକ ସମସ୍ୟା ହେଲେ ଔଷଧ ଖାଇବା ନିହାତି ଆବଶ୍ୟକ । କିନ୍ତୁ ଛୋଟ ଛୋଟ କାରଣ ପାଇଁ ଔଷଧ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ ଧିରେ ଧିରେ ବଢ଼ିବାକୁ ଲାଗିଥାଏ ।

ସମ୍ବନ୍ଧିତ ଖବର