ଖାଦ୍ୟ ରାନ୍ଧିବା ବେଳେ ଏସବୁ ତେଲ ବ୍ୟବହାର କରିବା ଭଲ!

ଆମେ ଖାଦ୍ୟ ରାନ୍ଧିବା ବେଳେ ବିଭିନ୍ନ ପ୍ରକାରର ତେଲର ଉପଯୋଗ କରିଥାଉ । ତେଳର ଆମ ଶରୀର ଉପରେ ଯଥେଷ୍ଟ ପ୍ରଭାବ ଥାଏ । ବିଶେଷ କରି କୋଲେଷ୍ଟ୍ରୋଲ ଓ ହୃଦରୋଗରୁ ରକ୍ଷା କରିବା ପାଇଁ ଖାଇବା ତେଲ ବାଛିବା ଦରକାର । ଆସନ୍ତୁ ଜାଣିବା କେଉଁ ତେଲ ଦେହ ପାଇଁ ଭଲ

ନଡିଆ ତେଲ: ଏଥରେ ପୋଟାସିୟମ, କ୍ୟାଲସିୟମ,ମ୍ୟାଗନେସିୟମ, ଫାଇବର, ଭିଟାମିନ-ଏ, ଭିଟାମିନ-ବି, ଓ ମିନୋରାଲ ପ୍ରଚୁର ପରିମାଣରେ ରହିଛି । ରକ୍ତ ଚାପ ଓ ହୃଦରୋଗ ପାଇଁ ଏହା ସବୁଠାରୁ ବେଶି ଉପଯୋଗୀ ।

ଜଡା ତେଲ: ଏଥିରେ ପ୍ରଚୁର ପରିମାଣର ଫ୍ୟାଟି ଏସିଡ ଥାଏ । ଯାହା ହୃଦରୋଗର ଆଶଙ୍କାକୁ କମାଇଥାଏ । ଏହା ଶରୀରରେ କୋଲେଷ୍ଟୋଲ ସନ୍ତୁଳନ ରଖିଥାଏ । ଏହା ଏକ ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବା ହେତୁ ଏଥିରେ ରୋଗ ପ୍ରତିରୋଧକ କ୍ଷମତା ରହିଥାଏ ।

ରାଶି ତେଲ: ରାଶି ତେଲରେ ମାଗ୍‌ନେସିୟମ, କ୍ୟାଳସିଅମ, ପ୍ରୋଟିନ, ଓ ଫସଫରସ ପ୍ରଚୁର ପରିମାଣରେ ଥାଏ । ଏହି ତେଳରେ ପ୍ରସ୍ତୁତ ଖାଦ୍ୟ ସେବନ କରିଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ତା’ଛଡା ହୃଦରୋଗୀମାନଙ୍କୁ ମଧ୍ୟ ଏହି ତେଲ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।

photo-amarujala

ବାଦାମ ତେଲ: ଏହି ତେଳ ଖାଇଲେ ମସ୍ତିଷ୍କ କ୍ଷିପ୍ର ହୋଇଥାଏ । ତା’ଛଡା ପେଟରେ କିଛି ସମସ୍ୟା ଥିଲେ ତାହା ମଧ୍ୟ ଦୂରୀଭୁତ ହୋଇଥାଏ ।

ସୋରିଷ ତେଲ: ଏହି ତେଲରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ହୃଦରୋଗର ଆଶଙ୍କା ୭୦ ପ୍ରତିଶତ ହ୍ରାସ ପାଇଥାଏ । ଏଥିରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଥାଏ ।

ସମ୍ବନ୍ଧିତ ଖବର