କ’ଣ କଲେ ବାର୍ଦ୍ଧକ୍ୟ ଶୀଘ୍ର ଆସିଥାଏ ?

ସମସ୍ତେ ଚାହାଁନ୍ତି ଯୌବାନାବସ୍ଥା ଅଧିକ ସମୟ ବଜାୟ ରହୁ। କିନ୍ତୁ ଯେଉଁମାନେ କେତେକ ବିଷୟ ପ୍ରତି ଧ୍ୟାନ ନ ଦିଅନ୍ତି,ସେମାନେ ଶୀଘ୍ର ବାର୍ଦ୍ଧକ୍ୟାବସ୍ଥାରେ ପହଞ୍ଚି ଯାଆନ୍ତି।
ପ୍ରଥମ କଥା ହେଲା ମାନସିକ ଉତ୍ତେଜନାରେ ରହିବା। ବେଶି ସମୟ ମାନସିକ ଚାପରେ ରହିଲେ ଏହାର ଗଭୀର କୁ-ପ୍ରଭାବ ପଡ଼ିଥାଏ ଶରୀରରେ।ଏହା ଫଳରେ କେତେକ ହରମୋନ୍‌ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ମଣିଷ ଯୁବାବସ୍ଥାରେ ଯଦି ନିୟମିତ ଭାବେ ଅନିଦ୍ରାରେ ରହୁଥାନ୍ତି ଅଥବା ଦୈନିକ ୭ ରୁ ୮ ଘଣ୍ଟା ନିଦରେ ନ ଶୁଅନ୍ତି, ତେବେ ବାର୍ଦ୍ଧକ୍ୟ ଶୀଘ୍ର ଆସିଥାଏ। ଏହା ଫଳରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଉପୁଜିଥାଏ। ଏହା ଆପଣଙ୍କୁ ବାର୍ଦ୍ଧକ୍ୟ ଆଡ଼କୁ ନେଇଥାଏ।
ଯଦି ଗୋଟିଏ ସ୍ଥାନରେ ବସି କାମ କରିବାର ଅଭ୍ୟାସରେ ଅଭ୍ୟସ୍ତ ହୁଅନ୍ତି,ତେବେ ତାହାର କୁ-ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିଥାଏ। ଏହା ଫଳରେ ଆପଣ ମୋଟା ହୋଇଯିବେ ଓ ଖାଦ୍ୟ ଠିକ୍‌ ଭାବେ ହଜମ ହୁଏ ନାହିଁ। ଏହା ବାର୍ଦ୍ଧକ୍ୟ ଆଡ଼କୁ ନେଇଥାଏ।

photo-quora.com

କମ୍‌ ଜଳ ପିିଇବା ମଧ୍ୟ ଶରୀର ପାଇଁ କ୍ଷତି କାରକ। କମ୍‌ ଜଳ ପିଇଲେ ଶରୀରରେ ଡ଼ି-ହାଇଡ୍ରେଟେଡ଼୍‍ ବା ଜଳ ଶୁଷ୍କତା ସମସ୍ୟା ଏବଂ ମୁହଁରେ ଚର୍ମ ଲୋଚାକୋଚା ହୋଇଥାଏ। ପରିମାଣ ସ୍ୱରୂପ ଏହା ବାର୍ଦ୍ଧକ୍ୟର ପ୍ରଥମ ଲକ୍ଷଣ ଭାବେ ପରିଲକ୍ଷିତ ହୋଇଥାଏ।

ସମ୍ବନ୍ଧିତ ଖବର