ଗୋଟିଏ ସନ୍ତାନ ଯଥେଷ୍ଟ ବୋଲି ମନେ କରୁଛନ୍ତି ତ , ଜାଣନ୍ତୁ ଏସବୁ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି !

ସଂପ୍ରତି ଅନେକ ଦଂପତି ଗୋଟିଏ ସନ୍ତାନକୁ ନେଇ ପରିବାର ଗଢୁଛନ୍ତି । ଜୀବନର ବ୍ୟସ୍ତତା ପାଇଁ ବା ନିଜର ଆର୍ଥିକ ସମସ୍ୟା ହେତୁ ସେମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇ ରହୁଛନ୍ତି। ହେଲେ ପିଲାଟି ବଡହେବା ପରେ କ’ଣ ମନେ କରିବ, ସେଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି ସେମାନେ କି ସେ ବିଷୟରେ ଚିନ୍ତା ବି କରୁନାହାନ୍ତି ।

ଏଭଳି ଛୋଟ ପରିବାରର ପିଲାମାନଙ୍କ ଉପରେ ବିଭିନ୍ନ ସମୟରେ ସର୍ଭେ କରାଯାଇଛି । ସେଥିରୁ କେତେକ ଲୋମହର୍ଷଣକାରୀ ତଥ୍ୟ ସାମ୍ନାକୁ ଆସିଛି । ପରିବାରର ଏକମାତ୍ର ସନ୍ତାନଟି ବଡ ହେଲା ପରେ ନିଜକୁ ନିଃସଙ୍ଗ ପାଏ । ସେ ଅନେକ ସମୟରେ ଭାବେ ତା’ର ଭାଇଟିଏ କି ଭଉଣୀଟିଏ ଥିଲେ, ହୁଏତ ତା’ ସହିତ କଥା ହେଉଥାଆନ୍ତା, ତା’ ମନକଥା ପ୍ରକାଶ କରିପାରନ୍ତା । ଅନେକ ସମୟରେ ପାଠ ପଢାରେ ବୋର୍‌ ହୋଇଯାଏ । ଏହି ନିଃସଙ୍ଗତାଠୁ ରକ୍ଷା ପାଇବା ଲାଗି କେତେକ ସିଙ୍ଗଲ୍‌ ଚାଇଲଡ ନିଶାଦ୍ରବ୍ୟ ସେବନ ଭଳି କୁସଙ୍ଗରେ ପଡିଯାଇଥାଆନ୍ତି ତ ଆଉ କେତେକ ଅଶ୍ଲୀଳ ଭିଡିଓ, ସିନେମା ଦେଖିବାରେ ମାତି ଯାଆନ୍ତି । ଆଉ ତେତେକ ତ ଇଣ୍ଟରନେଟ୍‌ରେ ଚାଟିଂ, ଖରାପ ସାଇଟସ୍‌ ଦେଖିଥାଆନ୍ତି । ଖାଲି ସେତିକି କେତେକ ଟିନ୍‌ଏଜର୍‌ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେମାନେ ଏ ବୟସରେ ବୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡଙ୍କ ସହିତ ମଉଜମସ୍ତି ମଧ୍ୟ କରୁଛନ୍ତି ।

ପିଲାଙ୍କର ଏଭଳି କାଣ୍ଡ କାରଖାନ ସଂପର୍କରେ ପିତାମାତା ଅଜ୍ଞ ରହନ୍ତି । ଆଉ ଯଦିବା କେତେବେଳେ ଜାଣିବାକୁ ପାଆନ୍ତି, ସେତେବେଳେ ନେଡିଗୁୂଡ କହୁଣୀକୁ ବୋହି ଯାଇଥାଏ । ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥାଏ । ଏକ ରିପୋର୍ଟରୁ ଜଣାଯାଇଛି ଯେ ଏଭଳି ପରିବାରର ଅଧିକାଂଶ ୧୬-୧୭ ବୟସର ପିଲା ଅଶ୍ଲୀଳ ସିନେମା ଦେଖି ସାରିଥାଏ । ଏସଂପର୍କରେ ମନୋବୈଜ୍ଞାନିକଙ୍କ ମତ ହେଲା ଯେ ଛୋଟ ପରିବାରର ପିଲାମାନେ ସାଧାରଣତଃ ମାନବୀୟ ଓ ଆତ୍ମୀୟ ସଂର୍ପକଠୁଁ ଟିକେ ଦୂରେଇ ରହନ୍ତି । ଭାରତରେ ଥିବା ଯୌଥ ପରିବାର ଏବେ ନିଷ୍ପ୍ରଭ ହୋଇଗଲାଣି । ଏକ ଯୌଥପରିବାରରେ ଅନେକ ଭାଇଭଉଣୀ, ଦାଦା, ଖୁଡି, ଜେଜେ, ଜେଜେମା’ଙ୍କ ସାନିଧ୍ୟ ମିଳୁଥିଲା ପିଲାମାନଙ୍କୁ, ତାହା ଏବେ ମିଳୁ ନାହିଁ ।

photo-huffpost.com

ଛୋଟ ପରିବାରରେ ପାଳିତ ପିଲାମାନେ ଅଧିକ ସ୍ୱାର୍ଥପର ହୋଇଥାଆନ୍ତି ବୋଲି ମଧ୍ୟ କୁହାଯାଇଛି । ସେମାନେ କେବଳ ନିଜ ପାଇଁ ବଞ୍ଚନ୍ତି । ଗୋଟିଏ ସନ୍ତାନ ଥିଲେ ପିତାମାତା ତା’କୁ ଅଧିକ ଭଲପାଇବା ଓ ସାଙ୍ଗକୁ ତା’ର ସମସ୍ତ ଡିମାଣ୍ଡ୍‌ ପୂରଣ କରିଥାଆନ୍ତି । ଯା’ଫଳରେ ଅନେକ କ୍ଷେତ୍ରରେ ସେହି ପିଲାମାନେ ମନମୋଟିଆ ହୋଇଯାଆନ୍ତି । ଯୌଥପରିବାରର ହୋଇଥିଲେ ବା ପରିବାରରେ ଏକାଧିକ ସନ୍ତାନ ଥିଲେ, ସେମାନେ ଅନ୍ତତଃ ପକ୍ଷେ ତା’ଙ୍କ ଭାଇ ବା ଭଉଣୀ କଥା ଭାବନ୍ତେ, ତା’କୁ ଦେବା ଶିଖନ୍ତେ ।

ଏକାଧିକ ସନ୍ତାନ ଥିବା ପରିବାରର ଆଉ ଏକ ବଡ-ପ୍ରସଙ୍ଗ ହେଲାଯେ ପିଲାମାନେ ବାପା ମାଆଙ୍କ ଅନୁପସ୍ଥିତି ବିଶେଷ ଭାବେ ଅନୁଭବ କରନ୍ତି ନାହିଁ । ଯଦି ବାପା ଓ ମା’ ଉଭୟ କର୍ମଜୀବୀ ହୋଇ ଥାଆନ୍ତି ଏବଂ ସେମାନଙ୍କର ଗୋଟିଏ ପୁଅ ବା ଝିଅ ଥାଏ । ଅନେକ କ୍ଷେତ୍ରରେ ସେହି ପିଲା କୌଣସି ଆୟା ବା ଚାକରାଣୀ ପାଖରେ ରହି ବେଶି ସମୟ ବିତାଇ ଥାଆନ୍ତି । ଏ କ୍ଷେତ୍ର ଚାକରାଣୀ ବା ଆୟାଙ୍କ ଠାରୁ ମଧ୍ୟ ପିଲାମାନେ ଖରାପ କଥା ଶିଖି ଥାଆନ୍ତି । ଏହି ପିଲାମାନେ ଆୟାକୁ ନିଜର ଆଦର୍ଶ ବୋଲି ମାନି ନିଅନ୍ତି । ଅନେକ କ୍ଷେତ୍ରରେ ଏଭଳି ଅଶିକ୍ଷିତ ଲୋକଙ୍କ ସଂସର୍ଗରେ ରହି ପିଲାଟି ପାଠପଢ଼ା ପ୍ରତି ବୀତସ୍ପୃହ ହୋଇଥାଏ ।

ସମ୍ବନ୍ଧିତ ଖବର