ମଟରର ଚୋପା ଛଡାଇ  ତାକୁ ଖାଇଲେ ଯେଉଁ ଲାଭ ମିଳେ ,ତାହା ରାନ୍ଧି ଖାଇଲେ ମିଳେନା ,ଜାଣନ୍ତୁ କାହିଁକି 

ଅନେକ ଲୋକ ଖାଦ୍ୟରେ ମଟରର ପ୍ରୟୋଗ କରିବାକୁ ଭଲ ପାଆନ୍ତି।  କାରଣ ସେହି  ଲୋକ ମନେ କରନ୍ତି ଯେ ଗ୍ରିନ୍‌ ମଟର  କେବଳ  ଖାଦ୍ୟକୁ ସ୍ୱାଦିଷ୍ଟ  କରିବା ପାଇଁ ଉଦ୍ଦିଷ୍ଟ  । ଯଦି ଆପଣ  ଏଭଳି  ଭାବୁଥାଆନ୍ତି, ତେବେ ମନେ ରଖନ୍ତୁ, ତାହା ଠିକ୍‌ ନୁହେଁ ।  କାରଣ  ମଟରରେ  ଭିଟାମିନ୍‌ ଓ ମିନେରାଲ୍‌   ପ୍ରଚୁର ପରିମାଣରେ  ରହିଛି ।  ତା’ଛଡ଼ା  ଏହା  ତ୍ୱଚାରେ  ଉଜ୍ଜ୍ୱଳତା  ଆଣିବା ଲାଗି  ମଧ୍ୟ  ଉଦ୍ଦିଷ୍ଟ ।

ଗ୍ରିନ୍‌ ମଟରରେ ପ୍ରଚୁର ପରିମାଣରେ  ପ୍ରୋଟିନ୍‌ ଓ ଫାଇବର  ଥାଏ ।  ଏଥିରେ  ଆଇରନ୍‌  ,ଜିଙ୍କ୍‌,  ମାଙ୍ଗାନିଜ୍‌, ଓ କପର   ଅଛି ।  ଯାହା  ଶରୀରକୁ  ବିଭିନ୍ନ  ରୋଗରୁ ରକ୍ଷା କରିଥାଏ ।  ଏତଦ୍‌ବ୍ୟତୀତ ଏଥିରେ ଆଣ୍ଟି  ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା  ରୋଗ ପ୍ରତିରୋଧକ  କ୍ଷମତା ବୃଦ୍ଧି କରିବାରେ ସହାୟକ  ହୋଇଥାଏ ।

ଖାଲି ସେତିକି ନୁହେଁ ମଟର  ଶରୀରରେ ସୁଗାର୍‌ର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ନିୟମିତ ମଟର ଖାଇଲେ  ମଧୁମେହ ରୋଗର ଆଶଙ୍କା କମ୍‌  ହୋଇଥାଏ । ତା’ଛଡା  ଏହା  ହାଡ଼କୁ ମଜଭୁତ୍‌ ମଧ୍ୟ କରିଥାଏ ।

ମନେ ରଖନ୍ତୁ  ମଟରର ଚୋପା ଛଡାଇ  ତାକୁ ଖାଇଲେ ଏସବୁ ଉପକାର ମିଳେ । ତା’କୁ ରାନ୍ଧି  ଖାଇଲେ ସେଭଳି  ଉପକାର ମିଳି ନ ଥାଏ ।

ସମ୍ବନ୍ଧିତ ଖବର