ଆମର ଦୈନନ୍ଦିନ ଜୀବନରେ ଲେମ୍ବୁ ଗୁରୁତ୍ୱପୂର୍ଣ୍ଣ କାହିଁକି ?

ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆସ୍ଥମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କମା କରିଥାଏ । ଲେମ୍ବୁ ପାଣି ଆଲକୋହଲ ପିଇବା ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍‌ ଭାବରେ କାମ କରିଥାଏ । ଶରୀରରେ ଉତ୍ପନ୍ନ ହେଉଥିବା ଲାକ୍ଟିକ୍‌ ଏସିଡ୍‌କୁ କମ୍‌ କରିବାରେ ସହାୟକ କରିଥାଏ ।

ଲେମ୍ବୁ ପାଣି ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ଫୁଡ୍‌ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

ସମ୍ବନ୍ଧିତ ଖବର