ଜୀବନରେ ପୁଣ୍ୟ କରିଥିଲେ ବି ପାପର ଫଳ ଆଗ ମି‌ଳେ, ଜାଣନ୍ତୁ କାହିଁକି

ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ କାର୍ଯ୍ୟ କରି, ପରେ ପରେ ପାପ କର୍ମ କରେ, ତେବେ ସେ କି ଫଳ ପାଏ?

ଏ ସ˚ପର୍କରେ ଗୋଟିଏ ସୁନ୍ଦର ଉପାଖ୍ୟାନ ‘ମାଘ ମାହାତ୍ମ୍ୟ’ରେ ଅଛି।

ଦାମୋଦର କନୌଜ ଦେଶର ଜଣେ ଧନୀ ବ୍ରାହ୍ମଣ। ବହୁ ଧନ ସମ୍ପତ୍ତି ଥାଇ ମଧୢ ସେ ସେଥିପ୍ରତି ଆସକ୍ତ ନହୋଇ ଧାର୍ମିକ ଜୀବନ ଜିଉଥିଲା। ଥରେ ସେ ତୀର୍ଥ କରିବାକୁ ପୁରୀ ଆସିଲା। ପୁରୀରେ ସମୁଦ୍ରସ୍ନାନ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲା। ତା’ପରେ ବାରାଣସୀ ଯାତ୍ରା କଲା।

ଖରାଦିନ। ବାରାଣସୀ ଯିବା ପଥରେ ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ ନେବାବେଳେ, ମଦନା ନାମ୍ନୀ ଗୋଟିଏ ବେଶ୍ୟା ମଧ୍ୟ ସେଠାରେ ଆସି ବିଶ୍ରାମ ନେଲା। ସେହି ବେଶ୍ୟା ପ୍ରତି ମୋହିତ ହୋଇ ସେ ଯାଇ ତା’ ଘରେ ରହିଲା।

କିଛି କାଳ ପରେ ତାର ମୃତ୍ୟୁ ହୁଅନ୍ତେ ଯମଦୂତମାନେ ତାକୁ ଯମପୁରକୁ ଘେନିଗଲେ। ସେଠାରେ ଚିତ୍ରଗୁପ୍ତ ତାର ପାଞ୍ଜି ଦେଖି କହିଲେ- ଦାମୋଦର ପ୍ରଥମେ ଧର୍ମକୁ ଆଶ୍ରା କରିଛି ଓ ତା’ପରେ ପାପ ଆଚରିଛି। ଏଣୁ ନିୟମ ଅନୁସାରେ- ପ୍ରଥମେ ସେ ପାପର ଶାସ୍ତି ପାଇବ। ସେ ଶାସ୍ତି ଭୋଗ କଲା ପରେ ହିଁ ସେ ତାର ପୁଣ୍ୟକର୍ମର ଫଳ ଭୋଗ କରିବ।

ଏଣୁ ‘ମାଘ ମାହାତ୍ମ୍ୟ’ର ଏ ଉପାଖ୍ୟାନ କହେ ଯେ ଆମେ ଯେଉଁମାନେ ପାପ ଓ ପୁଣ୍ୟ ଉଭୟ କର୍ମରେ ପ୍ରବୃତ୍ତ- ସେଥିପାଇଁ ଆମକୁ ପ୍ରଥମେ ଆମ ପାପକର୍ମର ଫଳ ହିଁ ଭୋଗିବାକୁ ହେବ।

ସମ୍ବନ୍ଧିତ ଖବର

Comments are closed.