ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି କି? ହୋଇପାରନ୍ତି ହୃଦ୍‌ଘାତର ଶିକାର,ଏଭଳି ପରିସ୍ଥିତିରେ କରନ୍ତୁ ଏହି ୪ଟି କାମ

ଭାରତରେ ଅଧିକ ଲୋକ ହୃଦ୍‌ଘାତରେ ମୃତ୍ୟୁବରଣ କରୁଛନ୍ତି । ପ୍ରତିଦିନ କିଏ ନା କିଏ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଖାସ୍‌ କରି ଗ୍ରୀଷ୍ମଋତୁରେ ଏହାର ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ତେବେ ହୃଦ୍‌ଘାତ ପୂର୍ବରୁ ଛାତିରେ ହେଉଥିବା ଯନ୍ତ୍ରଣାକୁ କିଭଳି ଦୂର କରି ହୃଦ୍‌ଘାତରୁ ବଞ୍ଚିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

୧.ଯଦି ହଠାତ୍‌ କେହି ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ତାଙ୍କୁ ଜୋର ଜୋରରେ କାଶିବା ପାଇଁ କୁହନ୍ତୁ । ଏପରି କରିବା ଦ୍ୱାରା ଧମନୀ ଶାନ୍ତ ହେବା ସହ ଛାତିର ଯନ୍ତ୍ରଣା କମ ହୋଇ ଯାଇଥାଏ ।
୨.ଛାତିରେ ଯନ୍ତ୍ରଣା ହେଲେ ତୁରନ୍ତୁ ଦୁଇ ହାତ ଛାତି ଉପରକୁ ନେଇ ଛାତିକୁ ଚିପନ୍ତୁ । ଯଦି ଆପଣ ଏହାର ପ୍ରଣାଳୀ ଜାଣି ନାହାନ୍ତି ତେବେ ୟୁଟ୍ୟୁବ୍‌ ବ୍ୟବହାର କରି ମଧ୍ୟ ଆପଣ ଏହା କରିପାରିବେ ।
୩.ଯେଉଁମାନେ ପ୍ରଥମ ଥର ହୃଦ୍‌ଘାତର ଶିକାର ହେଉଛନ୍ତି ସେମାନଙ୍କୁ ଜିଭ ତଳେ ଡ଼ିସ୍‌ପ୍ରିନ୍‌ ବଟିକା ରଖିବା ପାଇଁ କହନ୍ତୁ । କିନ୍ତୁ ଏହା କୌଣସି ସ୍ଥାୟୀ ଉପାୟ ନୁହେଁ । କେବଳ ଡ଼ାକ୍ତରଖାନା ପହଞ୍ଚିବା ପର୍ଯ୍ୟନ୍ତ ଏପରି କରନ୍ତୁ ।

Image result for heart pain
The Kathmandu Post – ekantipur

୪.ଛାତିରେ ଯନ୍ତ୍ରଣା ହେଲେ ନ ଡ଼ରି ମନକୁ ଶାନ୍ତ ରଖନ୍ତୁ ଏବଂ ଡ଼ାକ୍ତରଙ୍କ ପାଖରେ ପହଞ୍ଚି ଚିକିତ୍ସା କରନ୍ତୁ । କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଛାତିରେ ଯନ୍ତ୍ରଣା ହେବା ପରେ ଡ଼ରିି ଯାଆନ୍ତି । ଯାହା ଫଳରେ ହୃଦୟ ଉପରେ ଅଧିକ ଗଭୀର ପ୍ରଭାବ ପଡ଼ିଥାଏ ଏବଂ ସେମାନେ ମୃତ୍ୟୁବରଣ କରିଥାନ୍ତି ।

ସମ୍ବନ୍ଧିତ ଖବର