ଖାଦ୍ୟରେ ଯଦି ପାଂପଡ଼ ଥାଏ,ତେବେ ତାହା ଅଧିକ ସ୍ୱାଦିଷ୍ଟ ଲାଗେ। ଆପଣ କ’ଣ ଜାଣନ୍ତି ଯେ, ପାଂପଡ଼କୁ ସ୍ୱାଦିଷ୍ଟ ବନାଇବା ଲାଗି ସେଥିରେ କେତେକ କୃତି୍ରମ ଫ୍ଲେଭର୍ ଓ ରଙ୍ଗ ମିଶାଯାଇଥାଏ। ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।ଏବେ ଆସନ୍ତୁ ଜାଣିବା ପାଂପଡ ଖାଇଲେ କି କି ସମସ୍ୟା ଦେଖା ଦେଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଟାପା ବୃଦ୍ଧି ପାଏ:- ପାଂପଡ ଖାଇଲେ ମୋଟାପା ବା ମେଦ ବହୁଳତା ବୃଦ୍ଧି ପାଇଥାଏ। କାରଣ ଏଥିରେ ଦୁଇଟି ରୁଟିରେ ଥିବା କ୍ୟାଲୋରି ଥାଏ। ଯଦି ଆପଣ ନିଜର ଓଜନ କମ୍ ରଖିବାକୁ ଚାହାଁନ୍ତି ,ତେବେ ପାଂପଡ ସେବନରୁ ନିବୃତ୍ତ ରୁହନ୍ତୁ।
ହୃଦ୍ରୋଗର ଆଶଙ୍କା:- ଲୋକେ ପାଂପଡକୁ ତେଲରେ ଛାଣି ଖାଇଥାନ୍ତି। ଏହି କାରଣରୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦ୍ରୋଗର ଆଶଙ୍କା ବି ସୃଷ୍ଟି କରିଥାଏ।
ପେଟ ଖରାପ ହେବାର ଆଶଙ୍କା:-ପାଂପଡର ପ୍ରସ୍ତୁତି ପ୍ରଣାଳୀ ଚିନ୍ତାର ବିଷୟ ହୋଇଥାଏ। ଏହାକୁ ଖରାରେ ଖୋଲା ସ୍ଥାନରେ ଶୁଖାଯାଇଥାଏ। ବାୟୁ ପ୍ରଦୂଷଣ ହେତୁ ପାଂପଡର ସ୍ଥିତି ଭଲ ରୁହେ ନାହିଁ।ଏହା ସେବନ କଲେ ପେଟ ଖରାପ ହେବାର ଆଶଙ୍କା ବଢ଼ିଥାଏ।
ଏସିଡିଟିର ସମସ୍ୟା:- ବଜାରରେ ଉପଲବ୍ଧ ବିଭିନ୍ନ ପାଂପଡରେ ନାନା ରକମର ମସଲା ମିଶିଯାଇଥାଏ। ଏହା ସେବନ କରିଲେ ଏସିଡିଟିର ସମସ୍ୟା ମଧ୍ୟ ଉପୁଜିଥାଏ।