ଆପଣ ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ରେ ସେୟାର କରୁଛନ୍ତି କି ! ଅସୁବିଧାରେ ପଡ଼ି ପାରନ୍ତି ସେମାନେ

0 931

ନୂଆଦିଲ୍ଲୀ: ଭାରତୀୟ ଅଭିଭାବକମାନେ ଏନେଇ ଜାଗୃତ ତ ଅଛନ୍ତି କି, ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ ପୋଷ୍ଟ କରିବା ଦ୍ୱାରା ଏହା ଭୁଲ ଲୋକଙ୍କ ହାତରେ ପଡ଼ିପାରେ। ଏହା ଜାଣି ବି ଅଭିଭାବକମାନେ ନିଜର ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ ଫୋଷ୍ଟ କରିବାକୁ ପଛାଉ ନାହାନ୍ତି। ଏହାକୁ ନେଇ ବୈଶୟିକ ସାଇବର ସୁରକ୍ଷା କମ୍ପାନି ମେକେଫି ଏକ ସର୍ଭେ କରିଥିଲା। ଏହି ସର୍ଭେ ଅନୁଯାୟୀ ଏକ ରିପୋର୍ଟ ସାମ୍ନାକୁ ଆସିଛି।

ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି କି, ଭାରତରେ ୪୦.୫ ପ୍ରତିଶତ ଅଭିଭାବକ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରତିଦିନ ଅତିକମ୍‌ରେ ଗୋଟିଏ ଥର ପିଲାଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରି ଥାଆନ୍ତି, ସେହିପରି ୨୬ ପ୍ରତିଶତ ଅଭିଭାବକ ସପ୍ତାହରେ ଗୋଟିଏ ଥର ପିଲାଙ୍କ ଫଟୋକୁ ପୋଷ୍ଟ କରନ୍ତି। ଗୋଟଏ ଦିନରେ ଅନ୍ତତଃ ଥରେ ପିଲାଙ୍କ ଫଟୋକୁ ପୋଷ୍ଟ କରିବା ତାଲିକାରେ ମୁମ୍ବାର ଲୋକମାନେ ସବୁଠାରୁ ଆଗରେ ଅଛନ୍ତି।

Panda Mobile only

ଅଭିଭାବକ ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ରେ ସେୟାର କରିବା ଦ୍ୱାରା ଶିଶୁ ଯୌନ ଶୋଷଣ( ୧୬.୫ ପ୍ରତିଶତ), ପିଛା କରିବା (୩୨ ପ୍ରତିଶତ), ଅପହରଣ (୪୩ ପ୍ରତିଶତ) ଓ ସାଇବର ଧମକ (୨୩ ପ୍ରତିଶତ) ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ୬୨ ପ୍ରତିଶତ ଅଭିଭାବକ ନିଜ ପିଲାଙ୍କ ଫଟୋ ସେୟାର କରିବା ସମୟରେ ତିଳେ ମାତ୍ର ଭାବନ୍ତି ନାହିଁ କି ଏଥିରେ ପିଲାର ସହମତି ଅଛି କି ନାହିଁ।

ଅନ୍ୟପକ୍ଷରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ୭୬ ପ୍ରତିଶତ ଅଭିଭାବକଙ୍କ କହିବାନୁସାରେ, ସେମାନେ ପିଲାଙ୍କ ଫଟୋକୁ ଅନ୍‌ଲାଇନ୍‌ ପୋଷ୍ଟ କରିବା ଦ୍ୱାରା ଭୁଲ ଲୋକଙ୍କ ହାତରେ ଲାଗିବା କଥା ନେଇ ସେମାନେ ଅବଗତ ଥାଆନ୍ତି। ତାହା ସ୍ୱତ୍ତ୍ୱେ ବି ସେମାନେ ଏପରି କରି ଥାଆନ୍ତି। ମୁମ୍ବାଇ (୬୬.୫ ପ୍ରତିଶତ), ଦିଲ୍ଲୀରେ (୬୧ ପ୍ରତିଶତ), ବେଙ୍ଗାଲୁରୁରେ (୫୫ ପ୍ରତିଶତ) ଅଭିଭାବକଙ୍କ କହିବାନୁସାରେ, ପିଲାଙ୍କ ଫଟୋକୁ ସେୟାର କରିବାର ତାଙ୍କର ଅଧିକାର ଅଛି। ତେଣୁ ଫଟୋ ପୋଷ୍ଟ କରିବା ସମୟରେ ପିଲାଙ୍କଠାରୁ ଅନୁମତି ନେବା କୌଣସି ଆବଶ୍ୟକ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.