ଆପଣଙ୍କ ସାଥୀ ଏଭଳି ବ୍ୟବହାର ଦେଖାଉଛନ୍ତି କି? ଜାଣନ୍ତୁ ସେ କିଭଳି ଚରିତ୍ରର ମଣିଷ ହୋଇଥିବେ

ପ୍ରେମ ବିବାହ ହେଉ କି ପ୍ରସ୍ତାବିତ ହେଉ ସବୁଥିରେ କିଛି ନା କିଛି ସମସ୍ୟା ରହିଛି। ଉଭୟ ପୁଅ ଏବଂ ଝିଅ ଚାହାଁନ୍ତି ଯେ ତାଙ୍କର ଭାବୀ ଜୀବନ ସାଥୀ ମାନସିକ ସ୍ତରରେ ଜଣେ ଭଲ ମଣିଷ ହୋଇଥାଉ। ବିବାହ ପରେ ବା ପୂର୍ବରୁ ଅନେକ ଲୋକେ ନିଜର ପାର୍ଟନରଙ୍କ ବ୍ୟବହାରକୁ ନେଇ ସନ୍ତୁଷ୍ଟ ନ ଥାନ୍ତି । କାରଣ ତାଙ୍କର ବ୍ୟବହାରରେ ଅସନ୍ତୁଷ୍ଟ ହୋଇଥାନ୍ତି। ଯେମିତିକା ଜୀବନ ସାଥୀ ଚାହାଁନ୍ତି ସେଭଳି ମିଳି ନଥାନ୍ତି। ସେମାନେ ନାନା କଥା କହିଥାନ୍ତି । ତେବେ ଆପଣଙ୍କ ପାର୍ଟନର୍‌ ଯଦି ଏଭଳି ବ୍ୟବହାର କରୁଛନ୍ତି ତାହା ହେଲେ ଜାଣନ୍ତୁ ସେ ସାଇକୋ । ଅର୍ଥାତ୍‌ ମାନସିକ ରୋଗୀ । ଯଦି ଆପଣଙ୍କ ଜୀବନସାଥୀ ବା ପ୍ରେମିକ ଏଭଳି ବ୍ୟବହାର ଦେଖାଉଥାନ୍ତି ,ତେବେ ଜାଣି ରଖନ୍ତୁ ସେ ଜଣେ ସାଇକୋ।
-ଆପଣଙ୍କ ପାର୍ଟନର୍‌ ଯଦି ଆପଣଙ୍କୁ ନ ଜଣାଇ ଅକସ୍ମାତ୍‌ ଆପଣଙ୍କ ପାଖରେ ପହଞ୍ଚି ଯାଉଛନ୍ତି ,ତେବେ ମନେ ରଖନ୍ତୁ ସେ ଆପଣଙ୍କୁ ସନ୍ଦେହ କରୁଛନ୍ତି। ଏହା ମାନସିକ ରୋଗୀର ଅନ୍ୟ ଏକ ଲକ୍ଷଣ।
– ସେ ଅଧିକାଂଶ ସମୟରେ ମିଛ କହୁଥିବେ। କେତେବେଳେ ସରପ୍ରାଇଜ୍‌ ଦେବାକୁ ତ ପୁଣି କେତେବେଳେ ନିଜର ଦୋଷ ଲୁଚାଇବାକୁ ଏପରି କରୁଥିବେ।
ଆପଣଙ୍କୁ ପାଗଳ ବା ବୋକା ଭାବି କାମ କରୁଥିବେ। ଅର୍ଥାତ୍‌ ଆପଣଙ୍କ ମନୋଭାବକୁ ପରଖି କାମ କରୁଥିବେ।
ନିଜ ଭିତରେ ତାଙ୍କର ପ୍ରବଳ ଅହଂକାର ଥିବ ଏବଂ ସେ କାହା କଥା ମାନୁ ନଥିବେ।

photo-daily express

-ସେ କଥା କଥାରେ ଝଗଡ଼ା କରୁଥିବେ ବା ଅଯଥା କଳି ଭିଆଉଥିବେ,ତେବେ ଜାଣିବେ ପାର୍ଟନର୍‌ ଜଣେ ସାଇକୋ।
-ପାର୍ଟନର୍‌ ଯଦି ଅଯଥା କଥାରେ ହସୁଥିବେ ବା ହସିବାକୁ ବାଧ୍ୟ କରୁଥିବେ,ତେବେ ତାହା ବି ଏକ ଲକ୍ଷଣ ।
-ସାମାଜିକ ମାନଦଣ୍ଡରେ ବିଶ୍ୱାସ ରଖୁ ନଥିବେ ବା ସେଭଳି ପାରମ୍ପାରିକ ଚାଲିଚଳଣୀରେ ଜୀବନ ଅତିବାହିତ କରୁ ନଥିବେ । ଅର୍ଥାତ୍‌ ପାର୍ଟନରଜଣକ ସାମାଜିକ ସ୍ତରରେ ମେଳାପୀ ହୋଇ ନଥିବାକୁ ବି ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ।

 

 

ସମ୍ବନ୍ଧିତ ଖବର