ଆପଣଙ୍କ ଭିତରେ ରହିଛି ଅତୀତକୁ ଜାଣିବାର ମନ୍ତ୍ର! ଜାଣନ୍ତୁ କିପରି ଏହା ହାସଲ କରିବେ?

ଆପଣ ଜାଣନ୍ତି କି ଆପଣ କିଏ? ଏହାର ଉତ୍ତର ଜାଣିବାକୁ ଆପଣ ଏକ କାଗଜ ଓ ପେନସିଲ୍‌ ନିଅନ୍ତୁ । ନିମ୍ନଲିଖିତ ପ୍ରଶ୍ନର ଉତ୍ତର କେବଳ ‘ ହଁ’ ବା ‘ନା’ ଲେଖନ୍ତୁ । ତା’ଛଡା ସେଥିପାଇଁ ଯାହା ସବୁ ତଥ୍ୟ ଆବଶ୍ୟକ ତାହା ବି ଲେଖନ୍ତୁ । ଭଲଭାବେ ବିଶ୍ଳେଷଣ କରି ଉତ୍ତର ଲେଖନ୍ତୁ । ଏହା ଫଳରେ ଆପଣ ନିଜର ଅତୀତ ଏବଂ ଭବିଷ୍ୟତ ସଂପର୍କରେ ଠିକ୍‌ କଥା ଜାଣି ପାରିବେ।

ପ୍ରଶ୍ନ ୧: ଆପଣଙ୍କର ଜନ୍ମଜାତ ଚରିତ୍ରଗୁଡିକ କ’ଣ? ଆପଣଙ୍କର ସବୁଠୁଁ ପ୍ରିୟ ଅତୀତ ସମୟ କ’ଣ ବା ଆପଣ ତାକୁ ଆଗେଇ ନେବା ଲାଗି ବାରମ୍ବାର କରିଥିବା ପ୍ରୟାସଟି କ’ଣ ?
ପ୍ରଶ୍ନ ୨: ଆପଣଙ୍କୁ କ’ଣ ସବୁଠୁ କେଉଁ କଥା ବେଶି ଉତ୍ସାହିତ କରିଥାଏ? ଭ୍ରମଣ, ବ୍ୟାୟାମ ବା ଭୋଜନ..?
ପ୍ରଶ୍ନ ୩: ଆପଣ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାବେଳେ ଅଜଣା ଆଶଙ୍କାଗ୍ରସ୍ତ ହୋଇଥାନ୍ତି କି?

photo- speaking tree

ନିଜକୁ ଜାଣନ୍ତୁ :
ପ୍ରଶ୍ନ ୪ : ନିଜର ରକ୍ତ ସଂପର୍କୀୟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ପ୍ରଥମ ଦେଖାରେ ଆପଣଙ୍କୁ ଭଲ ଲାଗନ୍ତି କି?
ପ୍ରଶ୍ନ ୫ : ଆପଣଙ୍କର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ସାମଗ୍ରୀ ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଛି କି?
ପ୍ରଶ୍ନ ୬ – ଆପଣଙ୍କର ସ୍ୱପ୍ନରେ କୌଣସି ଜିନିଷ ବାରମ୍ବାର ଆସୁଛି କି?
ପ୍ରଶ୍ନ ୭ ଆପଣ ଅନ୍ୟ କାହା ପାଇଁ ପ୍ରେମ ବା ଘୃଣା ଭଳି ଅଭଜ୍ଞତା ହାସଲ କରିଛନ୍ତି କି?

ନିଜର ଚିନ୍ତନକୁ ନେଇ ଧ୍ୟାନ କରନ୍ତୁ :
ପ୍ରଶ୍ନ ୮ : ଆପଣଙ୍କର ବ୍ୟକ୍ତିଗତ ଚରିତ୍ର ନାରୀ ସୁଲଭ, ପୁରୁଷ ସୁଲଭ ନା ପଶୁ ସୁଲଭ ? ଉଦାହଣ ସ୍ୱରୂପ ଆପଣଙ୍କ ଭିତରେ ବିରାଡ଼ିର ଉଦାସୀନତା କିମ୍ବା କୁକୁରର ସାଧୁତା ରହିଛିି କି ? ଆପଣଙ୍କ ଭିତରେ ସାପର ଶାରୀରିକ ଗଠନ ରହିଛି କି?
ଲୋକେ ଆପଣଙ୍କର ଉପଦେଶ ନେବାକୁ ଚାହାଁନ୍ତି କି ବା ସେମାନେ ଆପଣଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରନ୍ତି ? ଯଦି ହଁ. ତେବେ ଆପଣ ଜଣେ ବୃଦ୍ଧ ଆତ୍ମା ।

ଆପଣ ଜଣେ ଅନ୍ତର୍ମୁଖୀ ବା ବର୍ହିମୁଖୀ ବ୍ୟକ୍ତି ?
ପ୍ରଶ୍ନ ୧୦: ଆପଣ ସମସ୍ତ ସାଂସରିକ ସାମଗ୍ରୀ କୁ ହାସଲ କରିବାପାଇଁ ଇଚ୍ଛୁକ କି ? କିମ୍ବା ଏହି ଜୀବନ କାଳରେ ତା’ର ଉପଭୋଗର ଲାଳସା ଅଛି?
୧୧- ଜୀବନ କାଳ ଭିତରେ କିଛି ସ୍ୱତନ୍ତ୍ର କାମ କରିବାକୁ ଚାହୁଁଛନ୍ତି କି?
୧୨: ଯାହା ଖୋଜିବାକୁ ଅସମର୍ଥ, ସେଭଳି ଜିନିଷକୁ ସର୍ବଦା ଖୋଜୁଛନ୍ତି କି? ଯଦି ହଁ, ତେବେ ଏହା ଆପଣଙ୍କ ଆତ୍ମାର ସନ୍ଧାନ ।
୧୩: ଆପଣ ପ୍ରତ୍ୟେକ ପରିସ୍ଥିତିରେ ଆତ୍ମସନ୍ତୋଷ ପ୍ରାପ୍ତ କରନ୍ତି କି? ଯଦି ହଁ, ତେବେ ଆପଣ ନିର୍ବାଣ ଆଡକୁ ଦ୍ରୁତ ଗତିରେ ଯାଉଛନ୍ତି ।

speakingtree

ପୁର୍ନଜନ୍ମ – ଆପଣ ଯଦି ଉପରୋକ୍ତ ପ୍ରଶ୍ନ ଗୁଡିକର ଉତ୍ତର ସଂପର୍କରେ ଗଭୀର ଚିନ୍ତନ କରିବେ, ତେବେ ନିଜର ପୁର୍ନଜନ୍ମ ସଂପର୍କରେ ବି ଜାଣିପାରିବେ ।

 

ସମ୍ବନ୍ଧିତ ଖବର