ଗୋଟାଏ ଝଟ୍‌କାରେ ଜାଣିହୁଏ ଅନେକ କଥା; ପ୍ରଥମ ସାକ୍ଷାତରୁ ହିଁ ବ୍ୟକ୍ତି ସଂପର୍କିତ ଏହି ସବୁ କଥା ୧ ସେକେଣ୍ଡ୍‌ରେ ଜାଣିହେବ!

ବେଳେ ବେଳେ ଆମେ କାହା ଜରିଆରେ ହେଉ କିମ୍ବା ଫୋନ୍‌ରେ ବାର୍ତ୍ତାଳପ ପରେ ହେଉ କିଛି ଅଚିହ୍ନା ଲୋକଙ୍କ ସହ ସାକ୍ଷାତ ଯୋଜନା କରିଥାଉ। ଆପଣ ଯଦି କୌଣସି ଅଚିହ୍ନା ଲୋକଙ୍କ ସହ ଭେଟିବାକୁ ଯାଉଛନ୍ତି ତେବେ ତାଙ୍କୁ ଠଉରେଇବା ପାଇଁ ଆପଣଙ୍କୁ ଦରକାର୍‌ ମାତ୍ର ୧ ସେକେଣ୍ଡ୍‌। ସେହିପରି ଆପଣଙ୍କୁ ବି ସାମ୍ନା ଲୋକ ପରଖି ପାରନ୍ତି ସେଥିପ୍ରତି ସଜାଗ ରୁହନ୍ତୁ। ନିମ୍ନରେ ଉଲ୍ଲେଖ କରାଯାଇଛି ବ୍ୟକ୍ତିତ୍ୱ ଜାଣିବାରଯ ଜରିଆ।

ବ୍ୟକ୍ତି କେତେ ବିଶ୍ୱାସଯୋଗ୍ୟ ତାହା ଜାଣିବାକୁ ଅନେକ ସମୟ ଲାଗେ ବୋଲି ଆମର ଧାରଣା ରହିଥିଲେ ବି ବାସ୍ତବରେ ପ୍ରଥମ ଦେଖାରୁ ବି ସେ କଥା ଜାଣିହେବ। ଛୋଟ ଛୋଟ ଆଚରଣରୁ ବିଶ୍ୱାସଯୋଗ୍ୟ କି ନୁହେଁ ଜାଣିବା ଖୁବ୍‌ ସହଜ।

ବ୍ୟକ୍ତିକୁ ପ୍ରଥମ ଥର ଦେଖିଲେ ସେହି ଲୋକର ସମାଜିକ ଶ୍ରେଣୀ ସଂପର୍କରେ ବି ଅନୁମାନ ଲଗାଇ ହେବ। ହାବଭାବ, ଚାଲିଚଳନ ଓ ପୋଷାକ ଅନେକ କିଛି କଥା କହି ଦେଇଥାଏ , ଯାହା ଓଠ କହିପାରେନା।

ପ୍ରଥମ ଦେଖାରେ ବ୍ୟକ୍ତିର ଜ୍ଞାନ ସଂପର୍କରେ ବି ଧାରଣା ଆସିଥାଏ। ଗୋଟିଏ ଶବ୍ଦ କଥାରୁ ବା କହିବାର ଶୈଳୀରୁ ଅନୁମାନ ଲଗାଇ ହୋଇଥାଏ ଯେ ବ୍ୟକ୍ତି ଜଣକ କେତେ ଜ୍ଞାନୀ।

ବ୍ୟକ୍ତିର ଗୋଟାଏ ନଜରରୁ ଜାଣିହେବ ଯେ ବ୍ୟକ୍ତି ପୁରୁଷ ଓ ମହିଳାଙ୍କ ମଧ୍ୟରୁ କାହା ପ୍ରତି ବେଶି ସହନଶୀଳ।

ସେହି ମୁହୂର୍ତ୍ତରେ ଆର୍ଥିକ ସ୍ୱଚ୍ଛଳତା ବିଷୟରେ ବି ଜାଣି ହୋଇଯାଏ। କେବଳ ଟଙ୍କା ଖର୍ଚ କଲେ ଯେ ଆର୍ଥିକ ଅବସ୍ଥାର ଅନୁମାନ ଲଗାଇ ହେବ ତାହା ନୁହେଁ।

ଆଜିକାଲି ଯୁଗ ପାଇଁ ସବୁଠାର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟକ୍ତି ମୋବାଇଲ୍‌ ସହ କେତେ ଜଡ଼ିତ। ତାହା ବି କ୍ଷଣିକରେ ଜାଣିହୁଏ।

ସମ୍ବନ୍ଧିତ ଖବର