ପ୍ଲାଷ୍ଟିକ୍‌ ବର୍ଜନ, ଅନେକ ରୋଗର ସମାଧାନ; ଏହି ଉପାୟ ଅବଲମ୍ବନ କରି ନିଜକୁ କରିପାରିବେ ରୋଗ ମୁକ୍ତ

ଆଜିକାଲି ଯେଉଁଭଳି ଭାବେ ପ୍ଲାଷ୍ଟିକ୍‌ର ବ୍ୟବହାର ବଢ଼ି ଚାଲିବାରେ ଲାଗିଛି ତାହାକୁ ରୋକିବା ଏକ ପ୍ରକାରର ଅସମ୍ଭବ ମନେ ହେଲାଣି। ପ୍ଲାଷ୍ଟିକ୍‌ ପକେଟ୍‌ରେ ଓ ଡବାରେ ଖାଦ୍ୟ, ପ୍ଲାଷ୍ଟିକ୍‌ ବୋତଲରେ ପାଣିରୁ ଆରମ୍ଭ ନେଇ ଛୁଞ୍ଚିରୁ ବିମାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି ପ୍ଲାଷ୍ଟିକ୍‌ର ବ୍ୟବହାର। ‘ପ୍ଲାଷ୍ଟିକ୍‌ ରୋକିବା, ସୁସ୍ଥ ରହିବା ସ୍ଲୋଗାନ୍‌’ ଯେଉଁ ଭଳି ଭାବେ ଦେଖିବାକୁ ମିଳୁଛି ପ୍ଲାଷ୍ଟିକ୍‌ର ବ୍ୟବହାର ବି ସେହିଭଳି ଭାବେ ବଢ଼ି ଚାଲିଛି। ଆପଣ ଏକ କଥା ନିଶ୍ଚୟ ଶୁଣିଥିବେ ଯେ ‘ସ୍ୱ ପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନ’। ଅର୍ଥାତ ନିଜକୁ ବଦଳାଇ ଦେବା ବିଶ୍ୱକୁ ବଦଳାଇ ଦେବା ସହ ସମାନ। ତେଣୁ କାହିଁକି ଆମେ ଏହି ମହତ୍‌ କାର୍ଯ୍ୟ ନିଜଠାରୁ ହିଁ ଆରମ୍ଭ ନ କରିବା! ଚାଲନ୍ତୁ ଆଜି ଆଲୋଚନା କରିବା କେଉଁ ଛୋଟ ଛୋଟ ଉପାୟ ଆପଣେଇ ଆମେ ପ୍ଲାଷ୍ଟିକ୍‌ ବ୍ୟବହାରକୁ କିଛି ମାତ୍ରାରେ ରୋକିପାରିବା।

ଯଦି ବାହାରକୁ କେବେ ଯାଉଛନ୍ତି ତେବେ ବ୍ୟାଗ୍‌ରେ ଷ୍ଟିଲ୍‌ ଚାମଚ୍‌ଟିଏ ପକାଇବାକୁ ଭୁଲନ୍ତୁ ନାହିଁ। ଅଧିକାଶଂ ସମୟରେ ଦହିବରା ହେଉ କିମ୍ବା କୌଣସି ବାହାର ଖାଦ୍ୟ ଖାଇବା ବେଳେ ଖାଦ୍ୟ ପତ୍ର ଠୁଙ୍ଗାରେ ଦେଲେ ବି ବେପାରୀମାନେ ଚାମଚ୍‌ ପ୍ଲାଷ୍ଟିକ୍‌ର ଦେଇଥାନ୍ତି। ସେହି ସମୟରେ ଆପଣ ନିଜ ଚାମଚ ବ୍ୟବହାର କରନ୍ତୁ।

ବାହାରୁ ପାଣି ପିଇବା ଅପେକ୍ଷା କାହିଁକି ଆମେ ଘରୁ ନ ନେଇ ଯିବା? ଯଦି ଘରୁ ବି ପ୍ଲାଷ୍ଟିକ୍‌ ବୋତଲରେ ପାଣି ନେବା ତାହାଲେ ଆମେ କି ବୁଦ୍ଧିମାନର କାର୍ଯ୍ୟ କଲେ? ମନେ ରଖନ୍ତୁ ନିଜ ପାଖରେ ତମ୍ବା କିମ୍ବା ଷ୍ଟିଲ୍‌ ବୋତଲ ନିଶ୍ଚୟ ରଖନ୍ତୁ। ବାହାରକୁ ଯିବା ସମୟରେ ସେହି ବୋତଲରେ ପାଣି ନେଇ ଯାଆନ୍ତୁ।

ଅଫିସ୍‌ମାନଙ୍କ ଯେଉଁ ଡିସ୍‌ପୋଜାଲ୍‌ ଗ୍ଲାସ୍‌ ଓ କପ୍‌ରେ ଚା’ ମିଳିଥାଏ ତାହା ମୁଖ୍ୟତଃ ପ୍ଲାଷ୍ଟିକ୍‌ ହୋଇଥାଏ। ସେଥିପାଇଁ ଆପଣ ଆପଣଙ୍କ ଅଫିସ୍‌ ଡ୍ରରେ ଷ୍ଟିଲ୍‌ ଗ୍ଲାସ୍‌ ଓ ଶଙ୍ଖ କପ୍‌ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ଆପଣ କିଛି ମାତ୍ରାରେ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିପାରିବେ।

ସମ୍ବନ୍ଧିତ ଖବର