ଜାଣନ୍ତୁ କେଉଁଠି ଅତର ଲଗାଇବା ସୁସ୍ଥକର ଓ କେଉଁଠି ଲଗାଇଲେ ଦୀର୍ଘ ସମୟ ବାସ୍ନା ରହେ

ଭଲ ବାସିବା ପାଇଁ ପ୍ରାୟ ସମସ୍ତେ ନିଜ ପସନ୍ଦ ମୁତାବକ ଅତର ବ୍ୟବହାର କରନ୍ତି। କେହି ହାର୍ଡ ତ କେହି ସଫ୍ଟ ବାସ୍ନାର ଅତର ବ୍ୟବହାର କରିଥାନ୍ତି। ଅତର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇନଥାଏ, ମାତ୍ର ଜାଣନପାରି ଭୁଲ୍‌ ଅଙ୍ଗରେ ଅତର ବ୍ୟବହାର କଲେ ତାହା ବିପଦ ନିଶ୍ଚୟ। ତେବେ, ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଅତର ବ୍ୟବହାର ସୁସ୍ଥକର ହୋଇଥାଏ।

ଆପଣ ଘରୁ ବାହାରକୁ ଯାଉଥିଲେ ନିଜ ପେଟରେ କୌଣସି ଚନ୍ଦନ, ଗୋଲାପ କିମ୍ବା ମଲ୍ଳୀ ଗନ୍ଧର ଅତର ବ୍ୟବହାର କରନ୍ତୁ। ଏହି ଗନ୍ଧର ଅତର ବ୍ୟକ୍ତିକୁ ଶକ୍ତିଶାଳୀ ବନେଇବା ସହ ଜୀବନରେ ସୁଖ ଭରି ଦେଇଥାଏ।

ଆପଣଙ୍କ ନଖରେ ଅତର ଲଗାନ୍ତୁ। ଏହା ଦ୍ୱାରା ପେଟଜନିତ ରୋଗ ଦୂର ହୋଇଥାଏ। ମନେ ରଖନ୍ତୁ ନଖରେ ଅତର ଲଗାଇଥିବା ବେଳେ ଭୁଲ୍‌ରେ ବି ଆଙ୍ଗୁଠି ପାଟିରେ ପୂରାନ୍ତୁ ନାହିଁ।

କେତେକ ଲୋକ ନିଜ ଶରୀରର ବାସ୍ନା ପରି ଘରର ବାସ୍ନାକୁ ବି ଖୁବ୍‌ ଗୁରୁତ୍ୱ ଦେଇଥାନ୍ତି। ସେଥିପାଇଁ ଘରେ ଝୁଣା, ଧୂପ ଆଦି ଲଗାଇଥାନ୍ତି। ମନେ ରଖନ୍ତୁ ସେସବୁ ଶରୀର ପାଇଁ ଖୁବ୍‌ ଭଲ। ଏହି ଧୂଆଁରେ ବହୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି।

କାନ ତଳ, ହାତଗଣ୍ଠି, ବେକ ଆଦି ସ୍ଥାନରେ ଅତର ଲଗାଇଲେ ଦୀର୍ଘ ସମୟ ଧରି ବାସ୍ନା ରହିଥାଏ। ଗାଧୁଆ ଟବ୍‌ରେ ଥିବା ପାଣିରେ ଅତର ମିଶ୍ରଣ କରିପାରନ୍ତି। ମାତ୍ର ସେ ପାଣିକୁ ମୁହଁରେ ପକାଇବେ ନାହିଁ। ଏହା ଆଖି, ପାଟି, ନାକ ପାଇଁ କ୍ଷତିକାରକ ହୋଇଥାଏ।

ସମ୍ବନ୍ଧିତ ଖବର