ଗାଲରେ ଭଉଁରୀ ଥଲେ ସ୍ୱଭାବ ଏମିତି ହୋଇଥାଏ

ହସିଲେ ଯାହା ଗାଲରେ ଭଉଁରୀ ଖେଳିଯାଏ ସେମାନେ ସାଧାରଣତଃ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ ହୋଇଥାାନ୍ତି। ଏହା ହେଉଛି ଏକ ଦୀର୍ଘସ୍ଥାୟୀ ସୌନ୍ଦର୍ଯ୍ୟ। ଯାହାକି ସହଜରେ ମୁହଁରୁ ଲିଭେ ନାହିଁ। ମୁହଁରେ ହସ ହେତୁ ଚାପ ପଡ଼ିଲେ ଏହା ସୃଷ୍ଟି ହୁଏ। ଏହି ଭଉଁରୀ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ। ଏହା ଦ୍ୱାରା ବ୍ୟକ୍ତିର ସ୍ୱଭାବ ବି ଜାଣି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଭଉଁରୀ ଥିଲେ ବ୍ୟକ୍ତି ସ୍ୱଭାବରେ କିପରି ହୋଇଥାନ୍ତି।

ଗାଲରେ ଯାହାର ଭଉଁରୀ ରହିଛି ସେମାନେ ସାଧାରଣତଃ ନିଜ ପତ୍ନୀ ବା ପତିଙ୍କୁ ଖୁବ୍‌ ଭଲପାଆନ୍ତି। ସେମାନେ ଖୁବ୍‌ ରସିକ ପ୍ରବୃତ୍ତିର ହୋଇଥାନ୍ତି।

ଏହି ବ୍ୟକ୍ତିମାନେ ପରିବାରର ସ୍ନେହ ଶ୍ରଦ୍ଧା ଖୁବ୍‌ ପାଇଥାନ୍ତି। ସେମାନେ ଅଧିକାଂଶ ଲୋକଙ୍କ ପ୍ରିୟ ହେବା ସହ ପ୍ରେରଣା ବି ସାଜିଥାନ୍ତି।

ଏମାନେ ଉପରୁ ନରମ ଦିଶୁଥିଲେ ବି ଭିତରୁ ଖୁବ୍‌ ଟାଣ ହୋଇଥାନ୍ତି। କଠିନରୁ କଠିନତମ ପରିସ୍ଥିତିକୁ ଅତି ସୁରୁଖୁରୁରେ ସମାଧାନ କରିଥାନ୍ତି।

ଏମାନେ ଟିକେ ମଜାଦାରିଆ ସ୍ୱଭାବର। ସବୁ କଥାକୁ ବ୍ୟାଙ୍ଗାତ୍ମକ ଶୈଳୀରେ ଉପସ୍ଥାପନା କରିବା ଏମାନଙ୍କର ଏକ ପ୍ରକାରର ଅଭ୍ୟାସ ହୋଇଥାଏ।

ଏମାେନେ ସହଜରେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିପାରନ୍ତି। ଏମାନଙ୍କ ଅସ୍ତ୍ର ହେଉଛି ନିଜର ଭାଷା। ମିଠା କଥା ଜରିଆରେ ସେ କିଛି ବି ଜୟ କରିପାରନ୍ତି।

ସମ୍ବନ୍ଧିତ ଖବର