ଫୋନ୍‌ ବ୍ୟବହାରରୁ ଜଣାପଡ଼ିବ ଆପଣ କିଭଳି ପ୍ରକୃତିର

ଆଜିକାଲି ଅଧିକରୁ ଅଧିକାଂଶ ଲୋକେ ଫୋନ୍‌ ବ୍ୟବହାରକୁ ନିଜ ଅଙ୍ଗ ପରି ଭାବି ସାରିଲେଣି। ଖାଇବା, ପିଇବା, ବସିବା, ଉଠିବା ଆଦି ଅନେକ ସମୟରେ ଫୋନ୍‌ ଆବଶ୍ୟକ ପଡ଼ିଥାଏ। ଏହି ଫୋନ୍‌ ଭିନ୍ନ ଲୋକ ଭିନ୍ନ ଶୈଳୀରେ ବ୍ୟବହାର କରିଥାନ୍ତି। କେହି କେହି ବେଶି ଗପିବାକୁ ଭଲ ପାଇଥାନ୍ତି ତ କେହି ଏସ୍‌ଏମ୍‌ଏସ୍‌ କରିବାକୁ। ପୁଣି କେହି ୟୁଟ୍ୟୁବ୍‌ରେ ଚିପ୍‌କି କି ରହନ୍ତି ତ ପୁଣି କେହି ଫଟୋ ଉଠାଇବାରେ। ଏହି ସବୁ ଭିନ୍ନ ଆଚରଣରୁ ଜଣାପଡ଼େ ବ୍ୟକ୍ତିତ୍ୱ।

ଫିନ୍‌ଲାଣ୍ଡ୍‌ର ଆଲ୍‌ଟୋ ୟୁନିଭରସିଟିର ଗବେଷକ ତଲ୍‌ହେ ଆଲିଦାଭୁଦ୍‌ କହିଛନ୍ତି, ‘ବ୍ୟକ୍ତିର ଫୋନ୍‌ ବ୍ୟବହରରୁ ତା’ର ପ୍ରକୃତି ବିଷୟରେ ଅନୁମାନ ଲଗାଯାଇପାରେ। ଫୋନ୍‌ ସହ ବ୍ୟକ୍ତି ଦିନକୁ କେତେ ସମୟ କାଟୁଛନ୍ତି, କେଉଁମାନଙ୍କ ସହ ବେଶି ଗପୁଛନ୍ତି ଏବଂ କେଉଁ ଭଳି ଆଚରଣ କରୁଛନ୍ତି ତାହାକୁ ଲକ୍ଷ୍ୟ କଲେ ଜଣାପଡ଼ିଯିବ ଫୋନ୍‌ ବ୍ୟବହାରକାରୀ ଜଣକ କେଉଁ ସ୍ୱଭାବର।’

ଲୋକମାନଙ୍କ ସ୍ୱଭାବ ସଂପର୍କରେ ଜାଣିବା ପାଇଁ ଗବେଷକ ଆଲିଦାଭୁଦ୍‌ କିଛି ମୋବାଇଲ୍‌ ଡାଟା ନେଇ ଗବେଷଣା କରିଥିଲେ ଏବଂ ସେ ଗବେଷଣାରେ ସେ ସଫଳ ମଧ୍ୟ ହୋଇଥିଲେ। ଏକଥା ବି ଜାଣିବାକୁ ମିଳିଛି ଯେ ସ୍ମାର୍ଟଫୋନ୍‌ ବାହାରିବା ପରଠାରୁ ଲୋକମାନଙ୍କର ଶୋଇବା ସମୟ ପ୍ରାୟ ବଦଳି ଯାଇଛି। କଲ୍‌ କରିବାର ସମୟ, ମେସେଜ୍‌ ଏବଂ ଅନ୍ୟ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଗବେଷକ ଗବେଷଣା କରିଥିଲେ ବୋଲି ଜାଣିବାକୁ ମିଳିିଛି। ଫୋନ୍‌ ବ୍ୟବହାରରୁ ବ୍ୟକ୍ତିର ମାନସିକ ସ୍ଥିତି ଜାଣିବା ମଧ୍ୟ ସମ୍ଭବ ବୋଲି ଗବେଷକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର