ଏହିସବୁ କୁଅଭ୍ୟାସରେ ପଡ଼ନ୍ତୁ ନାହିଁ , ଶାରୀରିକ ସମସ୍ୟା ଦେଖା ଦେଇପାରେ !

ଆଜି ଆଧୁନିକ ଜୀବନଧାରାରେ ଆମେ ସମସ୍ତେ ବ୍ୟସ୍ତ। ଆଉ ଏହି ବ୍ୟସ୍ତତା ହେତୁ ଆବେ କେତେକ କୁଅଭ୍ୟାସରେ ପଡ଼ିଯାଉ। ଯାହାର କୁପରିଣାମ ବି ଆମକୁ ଭୋଗିବାକୁ ପଡ଼େ।
ଦିନସାରା ବ୍ୟସ୍ତ ରହିଲେ ବି କେତେକ ଅଭ୍ୟାସ ଆମର ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ସେ ସଂପର୍କରେ ଜାଣିବା:
ପର୍ଯ୍ୟାପ୍ତ ନ ଶୋଇବା: ଯଦି ରାତିରେ ଅନ୍ୟୁନ ୭ ଘଣ୍ଟା ନ ଶୁଅନ୍ତି, ତେବେ ମସ୍ତିଷ୍କ ଉପରେ ଖରାପ ପଡିଥାଏ ।
ବେଶୀ ସମୟ ଏକୁଟିଆ ରହିବା: ଯଦି ବେଶି ସମୟ ଏକା ରହିବେ, ତେବେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ ।
ଅଧିକ ଭଲ୍ୟୁମ୍‌ରେ ଗୀତ ଶୁଣିବା: କ୍ରମାଗତଭାବେ ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ ।
କ୍ରିୟାଶୀଳ ନ ହେବା: ଯଦି ଜଣେ ବ୍ୟକ୍ତି ଶାରୀରିକ ରୂପେ କ୍ରିୟାଶୀଳ ନ ରହନ୍ତି ତେବେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିପାରେ । ଏହାଫଳରେ ମସ୍ତିଷ୍କରେ କୁପ୍ରଭାବ ପଡ଼ିଥାଏ ।
ଧୂମପାନ କରିବା: ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ ।

photo-youtube

ଅଧିକ ଖାଇବା: ଅଧିକ ଖାଇଲେ ମସ୍ତିଷ୍କର ଚିନ୍ତା ଶକ୍ତି କମିଯାଏ ।

ଅନ୍ଧାକାର ରହିବା: ପ୍ରାକୃତିକ ଆଲୋକରେ ନ ରହି ବେଶି ସମୟ ଅନ୍ଧକାରରେ ରହିଲେ ମଣିଷ ଡିପ୍ରେସନ୍‌କୁ ଚାଲିଯାଏ । ଏହା ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ ।

ସମ୍ବନ୍ଧିତ ଖବର