ଜୀବନଶୈଳୀ ଡାକିଆଣେ ପାଇଲ୍ସ ଭଳି ରୋଗ, ଜାଣନ୍ତୁ କେମିତି…

ଆଜିକାଲିର ଜୀବନଶୈଳୀ ଏବଂ କାମ କରିବାର ଶୈଳୀ ପାଇଁ ଲୋକମାନଙ୍କୁ ପାଇଲ୍ସ ବା ମଳକଣ୍ଟକ ହେବାର ଆଶଙ୍କା ରହିଥାଏ । ଆର୍ୟୁବେଦ ବିଶେଷଜ୍ଞ ଡାକ୍ତର ଅବରାର ମୁଲ୍‌ତାନୀଙ୍କ କହିବା ଅନୁସାରେ ପାଇଲ୍ସ ସାଧାରଣତଃ ପେଟ ଖରାପ ଲାଗିରହିବା, କୋଷ୍ଠକାଠିନ୍ୟ ଏବଂ ବହୁତ ସମୟ ବସିବା ପାଇଁ ହୋଇଥାଏ । ଏହାର ଚାରିଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟ ଉପରେ ଧ୍ୟାନ ଦେଲେ ଏହା ସଂକଟଜନକ ଅବସ୍ଥାକୁ ଗତି ନ କରି ଭଲ ହୋଇଯାଇଥାଏ ।

ଷ୍ଟେଜ୍‌ ୧: ପାଇଲ୍ସର ପ୍ରଥମ ପର୍ଯ୍ୟାୟର ସଙ୍କେତଗୁଡ଼ିକ ଏପରି। ଆରମ୍ଭ ସମୟରେ କେତେକ ପରିସ୍ଥିତିରେ ରୋଗୀକୁ ଜଣାପଡ଼େନି ଯେ ପାଇଲ୍ସ ହୋଇଛି ବୋଲି । ଖାଲି ହାଲକା ଭାବରେ ମଳଦ୍ୱାର କୁଣ୍ଡେଇ ହୋଇଥାଏ । ଜୋର୍‌ରେ କୁଣ୍ଡେଇବା ଦ୍ୱାରା ରକ୍ତ ମଧ୍ୟ ବାହାରିପଡ଼ିଥାଏ । ଏହା ଏନସ୍‌ ବା ମଳଦ୍ୱାର ଭିତରେ ହୋଇଥାଏ ।

ଷ୍ଟେଜ୍‌ ୨: ଦ୍ୱିତୀୟ ପ୍ରର୍ଯ୍ୟାୟରେ ଟଏଲେଟ୍‌ କରିବା ସମୟରେ ମଳକଣ୍ଟକ ବାହାରକୁ ଆସିଥାଏ । ବହୁତ କଷ୍ଟ ମଧ୍ୟ ହୋଇଥାଏ ।

ଷ୍ଟେଜ୍‌ ୩: ଏହା ବହୁତ ଗୁରୁତର ପର୍ଯ୍ୟାୟ । ଏହିପର୍ଯ୍ୟାୟରେ ରୋଗୀକୁ ବହୁତ କଷ୍ଟ ହୋଇଥାଏ । କାରଣ ମଳକଣ୍ଟକ ଦ୍ୱାରା ମଳଦ୍ୱାର ବନ୍ଦ ହୋଇ ରହିଥାଏ ।

ଷ୍ଟେଜ୍‌ ୪: ଏହି ଷ୍ଟେଜ୍‌ରେ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ ।

ଆସନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ ପାଇଲ୍ସ ହୋଇଥାଏ ।

କୋଷ୍ଠକାଠିନ୍ୟ- ଯଦି ବହୁତ ସମୟ ଯାଏଁ କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଏବଂ ଏସିଡିଟି ଲାଗିରହେ, ତେବେ ପାଇଲ୍ସ ହେବାର ଆଶଙ୍କା ବଢିଯାଏ ।

କମ୍‌ ଚାଲିବା- ସବୁବେଳେ ବସିି କାମ କରିବା, କମ୍‌ ଚାଲିବା କିମ୍ବା ଫିଜିକାଲ୍‌ ଆକ୍ଟିଭିଟି ନ କରିବା ଆଦି ଦ୍ୱାରା ମଧ୍ୟ ପାଇଲ୍ସ ହେବାର ସମ୍ବାବନା ଥାଏ ।

ପ୍ରେସର ବନ୍ଦ କରିବା- ବହୁତ ସମୟ ଯାଏଁ ଟଏଲେଟ୍‌ର ପ୍ରେସର ରଖିବା ଦ୍ୱାରା ମଧ୍ୟ ଏହି ଅସୁବିଧା ହୋଇଥାଏ ।

ଗର୍ଭ –ଗର୍ଭ ସମୟରେ ମହିଳାଙ୍କର କଂଷ୍ଟିପେସନ ସମସ୍ୟା ବଢିଯାଇଥାଏ । ଫଳରେ ଏହା ଫାଇଲସ୍‌ ହେବାର ସମ୍ବାବନାକୁ ବଢେଇଦେଇଥାଏ।

ଅସ୍ୱାସ୍ଥ୍ୟକର ଖାଦ୍ୟ – ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା, ପାଣିି କମ୍‌ ପିଇବା ଦ୍ୱାରା ଏହି ସମସ୍ୟା ହୋଇଥାଏ ।

ଟାଇଟ୍‌ ବେଲଟ୍‌ – ସବୁବେଳେ ଟାଇଟ୍‌ ବେଲଟ୍‌ ପିନ୍ଧିବା ଦ୍ୱାରା ଗ୍ୟାସ୍‌ ହୋଇପାରେ । ଫଳରେ ଏହା ପାଇଲ୍ସ ପ୍ରେବ୍ଲେମ ମଧ୍ୟ ସୃଷ୍ଟି କରିପାରେ।

େଓ୍ଵଟ୍‌ ଲିଫ୍ଟିଙ୍ଗ୍‌ : ହେଭି େଓ୍ଵଟ୍‌ ଲିଫ୍ଟିଙ୍ଗ୍‌ କରିବା ଦ୍ୱାର ଆନସ୍‌ ବା ମଳଦ୍ୱାରରେ ପ୍ରେସର ପଡ଼ିଥାଏ । ଏହାଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଯାଏ । ଫଳରେ ପାଇଲ୍ସର ଆଶଙ୍କା ଥାଏ ।

ବିଦେଶୀ ଷ୍ଟାଇଲ୍‌ କମୋଡରେ ଦୀର୍ଘ ସମୟ ବସିବା ଫଳରେ ସଂକ୍ରମଣ ହୋଇପାରେ । ଏହା ପାଇଲ ଦିଗକୁ ଗତି କରିବାର ଆଶଙ୍କା ଥାଏ ।

ସମ୍ବନ୍ଧିତ ଖବର