ଆପଣଙ୍କ ମୁହଁରେ ବ୍ରଣ କିମ୍ବା କଳାଦାଗ ହେଉଛି କି? ଆପଣାନ୍ତୁ ଏହି ଉପାୟ

ଶୀତଦିନେ ମୁଖ ବ୍ରଣ ଓ କଳାଦାଗ ସମସ୍ୟା ଅଧିକ ଦେଖାଯାଏ। ବ୍ରଣ ଉଠିଲେ ହାତ ଲଗାଇବା ଅନୁଚିତ। ଏହା ଦ୍ୱାରା ସଂକ୍ରମଣ ହୋଇପାରେ। ଘରୋଇ ଉପାୟରେ ମୁଖ ବ୍ରଣର ଉପଚାର କରନ୍ତୁ। ସମାନ ପରିମାଣର ଲେମ୍ବୁ ଓ ଘିକୁଆଁରୀ ରସ ଫେଣ୍ଟି ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାଇ, କିଛି ସମୟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ। ଏହା ଦ୍ୱାରା ବ୍ରଣ ସମସ୍ୟା ରହେନାହିଁ। କଳା ଦାଗ ବି ଚାଲିଯାଏ। ବ୍ରଣ ପାଇଁ ମହୁ ଉପକାରୀ। ମହୁ ଲଗାଇ କିଛି ସମୟ ପରେ ଧୁଅନ୍ତୁ। ବାହାରୁ ଆସିବା ପରେ ମୁହଁରେ କାକୁଡ଼ି ରସ ଲଗାଇ କିିଛି ସମୟ ପରେ ଧୁଅନ୍ତୁ। ଏହା ତ୍ୱଚାକୁ ଆର୍ଦ୍ର ରଖେ ଓ ବ୍ରଣ ସମସ୍ୟା ହୁଏନାହିଁ। ଏକ ଚାମଚ ବଟା ଧନିଆରେ ଚିମୁଟେ ହଳଦି ଗୁଣ୍ଡ ଫେଣ୍ଟି ବ୍ରଣ ଉପରେ ଥାପିବା ଦ୍ୱାରା ଫୁଲା ଓ ବ୍ୟଥା କମେ।

ସମ୍ବନ୍ଧିତ ଖବର