ଘର ପାଖରେ ଲଗାନ୍ତୁ ଏହି ସବୁ ଗଛ, ନିରୋଗୀ ରହିବେ ଆପଣ ଓ ଆପଣଙ୍କ ପରିବାର ସଦସ୍ୟ

କେଉଁ ସବୁ ଗଛ ଘର ଚାରିପାଖରେ ଲଗାଇବା ନାହିଁ ତାହା ପୂର୍ବରୁ ଆଲୋଚନା କରିସାରିଛେ। କାହିଁକି ଲଗାଇବା ନାହିଁ, ଲଗାଇଲେ କ’ଣ ଅସୁବିଧା ହେବ ସେ ବିଷୟରେ ଉଲ୍ଲେଖ କରାଯାଇଥିଲା। ଏପରିକି କେତେକ ବପିଦପୂର୍ଣ୍ଣ ଗଛ ଯଦି ଘର ଆଖପାଖରେ ଅଛଇ ତାହାକୁ କାଟିଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏଥର ତା’ର ଠିକ୍‌ ଓଲଟାଲଇ ଆଲୋଚନା କରିବା। ଏଥର ଜାଣିବା କେଉଁ ସବୁ ଗଛ ଘର ଆଖପାଖରେ ଲଗାଇବା ଉଚିତ। କେଉଁ ଗଛ ସବୁ ଲଗାଇଲେ ଆମେ ନିରୋଗୀ ରହିବା ଆସନ୍ତୁ ଆଲୋଚନା କରିବ।

ତୁଳସୀ: ତୁଳସୀ ପତ୍ରରେ ଅନେକ ଗୁଣ ଅଛି ଆପଣ ଜାଣିଥିବେ ନିଶ୍ଚୟ। ତୁଳସୀ ପତ୍ର ଓ ମହୁ ଖାଇବା ଦ୍ୱାରା ନାନା ରୋଗ ଦୂର ହୋଇଥାଏ। ଖାଲି ସେତିକି ନୁହେଁ ତୁଳସୀ ଗଛର ପବନ ବିସ ଶରୀର ପାଇଁ ସୁସ୍ଥକର ହୋଇଥାଏ। ତେଣୁ ନିଜ ଶୋଇବା ଘରର ଝରକା ବାହାରେ ତୁଳସୀ ଗଛ ଲଗାଇଲେ ଉଚିତ।

ଗଙ୍ଗଶିଉଳୀ: ଏହା ଏକ ଔଷଧୀୟ ବୃକ୍ଷ। ଏହାର ପତ୍ରକୁ ପୂର୍ବକାଳର ଲୋକେ ଜ୍ୱର, ଝାଡ଼ା ଓ ପେଟ ସମସ୍ୟା ଆଦି ରୋକିବା ପାଇଁ ବ୍ୟବହାର କରୁଥିଲେ। ଏହା ଏକ ଆବଶ୍ୟକୀୟ ଗଛ ହେଇ ଥିବାରୁ ଘର ପାଖାପାଖି ନିଶ୍ଚୟ ରଖନ୍ତୁ। ଏହି ଗଛ କେବେ ନା କେବେ କାମରେ ଆସିବାରେ

ନିମ୍ବ: ନିମ୍ବ ଗଛରୁ ଯେଉଁ ପବନ ଆସି ଦେହରେ ବାଜେ ତାହା ଚନ୍ଦନ ସହ ସମାନ। ନିମ୍ବ ଏକ ଏପରି ଗଛ ଯାହାକୁ ଆଖପାଖରେଯ ରଖିଲେ ଅଧିକାଂଶ ରୋଗ ଦୂର ହୋଇଥାଏ। ନିମ୍ବ ଗଛର ପବନରେ ଚର୍ମ ରୋଗ ତ ଆଦୌ ହୁଏ ନାହିଁ।

ବେଲ: ଦୈନିକ ୪ଟି ବେଲପତ୍ର ଖାଇଲେ ଆପଣଙ୍କର ଗ୍ୟାସ୍‌ ସମସ୍ୟା ଆଦୌ ରହିବ ନାହିଁ। ବେଲ ପଣା ପେଟ ରୋଗ ଦୂର କରିବା ପାଇଁ ଉତ୍ତମ ହୋଇଥାଏ। ଖାଲି ସେତିକି ନୁହେଁ, ବେଲ ଖୋଳକୁ ସୁଖାଇ ଗୁଣ୍ଡ କରି ତାହାକୁ ଦୈନିକ ଗୋଟାଏ ଚାମଚ ଲେଖାଏ ଖାଇଲେ ସମସ୍ତ ପେଟ ରୋଗ ଦୂର ହୋଇପାରେ।

ସମ୍ବନ୍ଧିତ ଖବର