ଶଙ୍ଖ ଫୁଙ୍କିବା ଦ୍ୱାରା ଏହି ସବୁ ଶାରୀରିକ ସମସ୍ୟା ଦୂର ହୋଇଥାଏ

ଭାରତୀୟ ସଂସ୍କୃତି ଅନୁଯାୟୀ ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖ ବଜାଯାଇଥାଏ । ଏପରିକି ଶଙ୍ଖର ଧ୍ୱନି ଯେତିକି ଦୂର ବ୍ୟପିଥାଏ ସେ ପର୍ଯ୍ୟନ୍ତ ସମସ୍ତ ନକାରତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ । ଏହାର ଧ୍ୱନି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ ଯାହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଶଙ୍ଖ ଫୁଙ୍କିବା ଦ୍ୱାରା ଶରୀରର କେଉଁ ରୋଗ ଦୂର ହୋଇଥାଏ ।

Boldsky Hindi

ଶଙ୍ଖ ବଜାଇବା ଦ୍ୱାରା ଶ୍ୱାସ, ଇନ୍‌ଫ୍ୟୁଏନ୍‌ଞ୍ଜା ଆଦିରୁ କିଛି ମାତ୍ରାରେ ଆରାମ ମିଳିଥାଏ । ଶଙ୍ଖ ବଜାଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଏହା ଛଡ଼ା ରାତିରେ ଶଙ୍ଖରେ ପାଣି ଭର୍ତ୍ତି କରି ରଖି ସକାଳ ସମୟରେ ସେହି ପାଣିକୁ ତ୍ୱଚାରେ ଲଗାନ୍ତୁ, ଦେଖିବେ ତ୍ୱଚା ସଂକ୍ରମଣ ଏବଂ ଏଥିରେ ଥିବା ବିଭିନ୍ନ ଦାଗ ଦୂର ହୋଇଯିବ ।
ଶଙ୍ଖରେ ପାଣି ରଖି ତାହାକୁ ନିୟମିତ ଭାବେ ପିଇବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ । ଏଥିସହ ଦାନ୍ତ ଜଡ଼ିତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ । ଯେଉଁ ବ୍ୟକ୍ତିଙ୍କର କୋଷ୍ଠ୍ୟକାଠିନ୍ୟ ସମସ୍ୟା ରହିଥାଏ ସେହି ବ୍ୟକ୍ତିମାନେ ଶଙ୍ଖପାଣି ନିୟମିତ ସକାଳେ ତିନି ଦିନ ପିଇବା ଦ୍ୱାରା ତାଙ୍କର ଏହି ସମସ୍ୟା ଦୂର ହୋଇଥାଏ ।

youtube

ଯେଉଁ ବ୍ୟକ୍ତିମାନଙ୍କ କଥା କହିବା ସମୟରେ ପାଟି ଲାଗିଥାଏ ସେହି ବ୍ୟକ୍ତି ଯଦି ପ୍ରତିଦିନ ଶଙ୍ଖ ଫୁଙ୍କୁଛନ୍ତି ତେବେ ତାଙ୍କର ଏହି ସମସ୍ୟାରୁ ରକ୍ଷା ମିଳିଥାଏ । କାରଣ ଶଙ୍ଖ ଫୁଙ୍କିବା ଦ୍ୱାରା ସ୍ୱର ନଳୀର ବ୍ୟୟାମ ହୋଇଥାଏ । ଯଦି ଆପଣଙ୍କୁ କୌଣସି ପ୍ରକାରର ବିଷଧର ପୋକ କିମ୍ବା ଜୀବ କାମୁଡ଼ିଛି ତେବେ ଏହାର ବିଷ ବାହାର କରିବା ପାଇଁ ଗୋମୁତ୍ରକୁ ଶଙ୍ଖରେ ରଖି ତାହାକୁ ଜୀବ କାମୁଡ଼ିଥିବା ସ୍ଥାନରେ ଲଗାନ୍ତୁ ଦେଖିବେ ବିଷ ତୁରନ୍ତ ବାହାରି ଯିବ ।

ସମ୍ବନ୍ଧିତ ଖବର