ଶୋଇବା ଆଗରୁ ଆପଣଙ୍କ ପିଲା ଫୋନ୍‌ ବ୍ୟବହାର କରୁଛି କି? ଦେଖା ଦେଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ପ୍ରତିଦିନ ନୂଆ ନୂଆ ଉଦ୍ଭାବନ ହେତୁ ଟେକ୍ନୋଲୋଜି ଅତ୍ୟାଧୁନିକ ସ୍ତରକୁ ଯାଉଛି, ଏହା ବହୁ ପ୍ରକାରର ସମସ୍ୟା ସୃଷ୍ଟି କରିଛି। ଆପଣଙ୍କର ଶିଶୁ ଶୋଇବା ଆଗରୁ ମୋବାଇଲ ଫୋନରେ ଖେଳୁଛି କି? ଏହା ଅନେକ ରୋଗର କାରଣ ହୋଇପାରେ ଓ ବଡ଼ି ମାସ ଇଣ୍ଡେକ୍ସ ବୃଦ୍ଧି ପାଇପାରେ । ପେନ ଷ୍ଟେଟ କଲେଜ ଅଫ୍‌ ମେଡ଼ିସିନ ମାତାପିତାଙ୍କ ସହ ତାଙ୍କ ଶିଶୁର ଶୋଇବା ଏବଂ ଟେକ୍ନୋଲୋଜି ସହିତ ବିତାଇବା ସମୟକୁ ନେଇ ଏକ ସର୍ଭେ କରିଥିଲା। ଶୋଇବା ସମୟରେ ଟିଭି କିମ୍ବା ମୋବାଇଲ୍‌ ଫୋନର ବ୍ୟବହାର ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ନିଦ୍ରାହୀନତା ସହ ସକାଳୁଆ ଥକାପଣ ଅନୁଭବ ହେବା ଆଦି ଦେଖାଯାଇଥିଲା । ଏହାଦ୍ୱାରା ଅଧିକ ମାତ୍ରାର ବଡ଼ି ମାସ୍‌ ଇଣ୍ଡେକ୍ସ (ବିଏମଆଇ) ଦେଖାଯାଇଥାଏ ବୋଲି ସର୍ଭେରୁ ପ୍ରମାଣିତ ହୋଇଥିଲା ।

ଶିଶୁମାନଙ୍କର ସ୍ୱାସ୍ଥ୍ୟ ପାଇଁ ସଠିକ ମାତ୍ରାର ନିଦ୍ରା ଜରୁରୀ । ଆଜିର ଟେକ୍ନୋଲୋଜି ସର୍ବସ୍ୱ ସମାଜରେ ଶିଶୁଙ୍କର ନିଦ୍ରାହୀନତା ଏବଂ ଏଥିସହିତ ଜଡ଼ିତ ସମସ୍ୟାକୁ ଜାଣିବା ପାଇଁ ୮-୧୭ ବର୍ଷର ୨୩୪ ପିଲାଙ୍କୁ ନେଇ କରିଥିଲେ ଗବେଷଣା । ଏଥିରେ ଶିଶୁଙ୍କର ଶୋଇବା ସହ ଟୋକ୍ନୋଲୋଜିର ସମ୍ବନ୍ଧକୁ ପରୀକ୍ଷା କରାଯାଇଥିଲା। ଅଧିକ ଟୋକ୍ନୋଲୋଜି ବ୍ୟବହାର କରୁଥିବା ଶିଶୁଙ୍କଠାରେ ରାତିରେ ଅଧିକ ମାତ୍ରାରେ ନିଦ୍ରହୀନତା ଏବଂ ସକାଳ ସମୟରେ ଥକାପଣ ନଜର ଆସିବାର ପ୍ରମାଣିତ ହୋଇଛି ଗବେଷଣାରୁ।

ସମ୍ବନ୍ଧିତ ଖବର