ଏହି ୫ଟି ଘରୋଇ ଜିନିଷ ଦ୍ୱାରା ହାର୍ଟ୍‌ ବ୍ଲକେଜ୍‌କୁ ରୋକି ପାରିବେ

ନିମ୍ନରେ ଦିଆଯାଇଥିବା ଫଳ, ପରିବା ଓ ତେଲ ପ୍ରତିଦିନ ଖାଦ୍ୟ ସହ ଖାଇଲେ ହାର୍ଟ୍‌ ବ୍ଲକେଜ୍‌ର ଆଶଙ୍କାକୁ ହ୍ରାସ କରାଯାଇପାରିବା ସହ ରକ୍ତ ସଞ୍ଚାଳନକୁ ମଧ୍ୟ ସ୍ୱାଭାବିକ କରାଯାଇଥାଏ । ଏହା କୋଲେଷ୍ଟ୍ରଲ୍‌କୁ ଜମା ହେବାକୁ ଦିଏ ନାହିଁ।

ତରଭୁଜ: ତରଭୁଜ ଶରୀରରେ ନାଇଟ୍ରିକ୍‌ ଅକ୍‌ସାଇଡ୍‌ ପ୍ରସ୍ତୁତ କରିଥାଏ। ଏହା ରକ୍ତବାହୀ ଶିରାପ୍ରଶିରାକୁ ସକ୍ରିୟ କରିବା ସହ ସେଥିରେ ସଂକ୍ରମଣକୁ ଦୂର କରେ ଓ ରକ୍ତଚାପ କମାଇଥାଏ । ଏହା ଶରୀରର ଚର୍ବିବୃଦ୍ଧିକୁ ହ୍ରାସ କରିଥାଏ। ଏହା ହୃଦରୋଗ ଆଶଙ୍କାକୁ କମାଇଥାଏ।

ହଳଦୀ: ହଳଦୀ ଶିରାପ୍ରଶିରାରେ ହେଇଥିବା ସମସ୍ୟାକୁ ଠିକ୍‌ କରିଥାଏ, ଯାହା ରକ୍ତ ଜମିବା ଓ କୋଲେଷ୍ଟ୍ରଲ୍‌ ସୃଷ୍ଟି ହେବାକୁ ରୋକିଥାଏ । ଏଥିରେ ଥିବା ବି-୬ ଭିଟାମିନ୍‌ ହୃଦୟକୁ ସୁସ୍ଥ ରଖେ।

ରସୁଣ: ରସୁଣରେ ଶରୀରରୁ ବର୍ଜ୍ୟ ଜିନିଷ ବାହାର କରିବାର ଗୁଣ ଥାଏ। ଏହାର ନିୟମିତ ସେବନ ଦ୍ୱାରା କୋଲେଷ୍ଟ୍ରଲ୍‌ କମ୍‌ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍‌ସିଡାଣ୍ଟ୍‌ ହାର୍ଟ୍‌ ବ୍ଲକେଜ୍‌ ହେବାକୁ ଦିଏ ନାହିଁ।

ଅଳେଇଚ: ଆୟୁର୍ବେଦରେ ଅଳେଇଚକୁ ହୃଦ୍‌ରୋଗ ଦୂର ପାଇଁ ବହୁ ଉପାଦେୟ ବୋଲି ବିବେଚନା କରାଯାଏ।

ଅଲିଭ୍‌ ତେଲ: ଅଲିଭ୍‌ ତେଲରେ ବହୁ ପରିମାଣରେ ମନୋସେଚୁରାଇଡ୍‌ ଅଲିଭ୍‌ ଏସିଡ୍‌ ଥାଏ। ଏହା ଫ୍ୟାଟି ଏସିଡ୍‌ ଅଟେ, ଏହା ଖରାପ କୋଲେଷ୍ଟ୍ରଲ୍‌କୁ କମ୍‌ କରି ଭଲ କୋଲେଷ୍ଟ୍ରଲ୍‌କୁ ବଢ଼ାଇଥାଏ। ଏଥିରେ ଆଣ୍ଟିଅକ୍‌ସିଡାଣ୍ଟ୍‌ ମଧ୍ୟ ଥାଏ ଯାହା ବ୍ଲକେଜ୍‌କୁ ଅଟକାଇଥାଏ।

ସମ୍ବନ୍ଧିତ ଖବର