ଶୀତ ଦିନେ ଆଣ୍ଠୁ ଦରଜରୁ ମୁକ୍ତି ପାଇଁ କ’ଣ କରିବେ

ଋତୁ ପରିବର୍ତ୍ତନ ଯୋଗୁଁ ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସବୁଠୁ ସାଧାରଣ ଜିନିଷ ହେଉଛି ଆଣ୍ଠୁ ଦରଜ। ଯାହାକୁ ଯୋଗାସନ ମାଧ୍ୟମରେ ଭଲ କରି ହୋଇଥାଏ। ଯୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାଣନ୍ତୁ କେଉଁ ଯୋଗାସନ ଓ ପ୍ରାଣାୟମ ଆଣ୍ଠୁ ଗଣ୍ଠିକୁ ମଜବୁତ୍‌ କରିବା ସହ ଦରଜ ଦୂର କରିଥାଏ।

 

ବଜ୍ରାସନ
ପ୍ରତିଦିନ ବଜ୍ରାସନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଯେମିତିକି; ପେଟ ଦରଜ, ଗ୍ୟାସ୍‌, କବ୍ଜ ଓ ଏସିଡିଟି ଦୂର ହୋଇଥାଏ। ଆଣ୍ଠୁ ଦରଜରୁ ମୁକ୍ତି ମିଳିଥାଏ।

 

କପାଳଭାତି
କପାଳଭାତି ପ୍ରାଣାୟମ ନିୟମିତ କରିବା ଦ୍ୱାରା ଶରୀରରେ ଥିବା ବିଷ ତତ୍ତ୍ୱ ଦୂର ହୋଇଥାଏ ଓ ଶରୀର ସର୍ବଦା ସକ୍ରିୟ ରହିଥାଏ।

 

ନାଡ଼ି ଶୋଧନ ପ୍ରାଣାୟମ
ନାଡ଼ି ଶୋଧନ ପ୍ରାଣାୟମ କରିବା ଦ୍ୱାରା, ଆପଣଙ୍କୁ ଅଜ୍‌ମା ଭଳି ବଡ଼ ରୋଗରୁ ବଞ୍ଚାଇବା ସହ ମୁଣ୍ଡବିନ୍ଧା, ମାଇଗ୍ରେନ୍‌ ଆଦି ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

ସମ୍ବନ୍ଧିତ ଖବର