ପୋଦିନା ଚା’ ପିଇଲେ ରହିବେ ନୀରୋଗ!

0 565

ବର୍ଷା ଋତୁରେ ପୋଦିନା ଚା’ ପିଇଲେ କି କି ଉପକାର ମିଳିଥାଏ,ତାହା ଜାଣନ୍ତୁ-
୧-ଏହା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
୨-ହଜମ କ୍ରିୟା ଶକ୍ତ ହୋଇଥାଏ।
୩-ପରିସ୍ରାରେ ପୋଡାଜଳା ସମସ୍ୟା ଥିଲେ ତାହା ଦୂରୀଭୂତ ହେବ।
୪-ନିଃଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାରୁ ବି ମିଳିବ ମୁକ୍ତି।
୫-ଭୂତାଣୁ ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିବ।
୬-ମାନସିକ ଉତ୍ତେଜନା ହ୍ରାସ ପାଇଥାଏ।
୭-ଅଷ୍ଟିୟୋ ଆର୍ଥରାଇଟିସ୍‌କୁ ହ୍ରାସ କରିଥାଏ।
୮-କର୍କଟ ରୋଗ ହେବାର ଆଶଙ୍କା ନ ଥାଏ।

Panda Mobile only

ଏବେ ଆସନ୍ତୁ ଜାଣିବା କିପରି ପୋଦିନା ଚା’ ପ୍ରସ୍ତୁତ କରିବେ….
୮ଟି ରୁ ୧୦ଟି ପ୍ରୋଦିନା ପତ୍ର ନିଅନ୍ତୁ। ପ୍ରଥମେ ଏକ ପ୍ୟାନ୍‌ରେ ପାଣି ଫୁଟାନ୍ତୁ। ଏବେ ପୋଦିନା ପତ୍ର ଗୁଡିକୁ ସେଥିରେ ପକାନ୍ତୁ। ତା’ପରେ ସେଥିରେ ଗୋଲମରିଚ ଓ ବିଟ ଲୁଣ ମିଶାଇ ପାଞ୍ଚ ମିନିଟ୍‌ ଯାଏଁ ଫୁଟାନ୍ତୁ। ତା’ପରେ ଚା’ ପ୍ରସ୍ତୁତ ହୋଇଗଲା। ଏହାକୁ ଛାଣି ଗୋଟିଏ କପ୍‌ରେ ରଖନ୍ତୁ ଓ ତାକୁ ଉଷୁମ ଥିବା ଅବସ୍ଥାରେ ହିଁ ପିଇଲେ ଉପରୋକ୍ତ ଫାଇଦା ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.