ରସୁଣ ପଡ଼ିଥିବା ଖାଦ୍ୟ ଖାଇବାକୁ ସୁଆଦିଆ ଲାଗିଥାଏ। ବିଶେଷ ଭାବେ ରସୁଣକୁ ଅଧିକାଂଶ ଖାଦ୍ୟରେ ବ୍ୟବହାର କରାଯାଇଥାଏ। ରସୁଣ ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ପାଇଁ ଅଧିକ ପରିଚିତ। ଏଥିରେ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି। ଯେମିତି କି ଆପଣଙ୍କୁ ଯଦି ଥଣ୍ଡା, କାଶ ହୋଇଛି ତେବେ ରାତିରେ ତକିଆ ତଳେ ଗୋଟିଏ ପାଖୁଡ଼ା ରସୁଣ ରଖି ଦିଅନ୍ତୁ ଏହାର ଫାଇଦା ନିଜେ ଜାଣି ପାରିବେ। ତେବେ ଆସନ୍ତୁ ଜାଣିବା ତକିଆ ତଳେ ରସୁଣ ରଖିବାର ଲାଭ ସମ୍ପର୍କରେ ଜାଣିବା।
୧. ରାତିରେ ତକିଆ ତଳେ ମାତ୍ର ଗୋଟିଏ ପାଖୁଡ଼ା ରସୁଣ ରଖି ଦିଅନ୍ତୁ ଦେଖି ଆପଣଙ୍କ ଥଣ୍ଡା , କାଶଜନିତ ସମସ୍ୟା ଭଲ ହୋଇଯିବ। ଏଥିରେ ଥିବା ବୋଲେଟାଇଲ ଅଏଲର ବାସ୍ନା ଉଷ୍ଣତା ସୃଷ୍ଟି କରିଥାଏ। ଏହାଦ୍ୱାରା ଥଣ୍ଡା ଦୂର ହୋଇଥାଏ।
୨. ଯଦି ଆପଣଙ୍କୁ ରାତିରେ ଭଲ ନିଦ ହେଉନାହିଁ ତେବେ ତକିଆ ତଳେ ରସୁଣ ରଖନ୍ତୁ। ରସୁଣ ବାସ୍ନାରେ ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ ଓ ରାତିରେ ଭଲ ନିଦ ଆସିଥାଏ।
୩, ମୁର୍ଚ୍ଛା ରୋଗୀଙ୍କ ପାଇଁ ରସୁଣ ରାମବାଣ ସଦୃଶ। ରସୁଣ ବାସ୍ନା ମୁର୍ଚ୍ଛା ସମସ୍ୟା ଦୂର କରିଥାଏ।
୪. ସେହିପରି ଯଦି ପ୍ରଦୂଷଣ ଓ ଧୂଳି ମଳି ଲାଗି ତ୍ୱଚା କିମ୍ବା ଚର୍ମ କୁଣ୍ଡାଇ ହେଉଛି ତେବେ ରାତି ତକିଆ ତଳେ ଗୋଟିଏ ପାଖୁଡ଼ା ରସୁଣ ରଖି ଶୋଇପଡ଼ନ୍ତୁ। ରସୁଣ ଗନ୍ଧରେ ଶରୀରରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଏଥିସହିତ ଚର୍ମ ସହିତ ଜଡ଼ିତ ଥିବା ଅନ୍ୟ ସମସ୍ୟା ବି ଦୂର ହୋଇଥାଏ।
୫. ରସୁଣ ଗନ୍ଧରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ। ଯାହାଫଳରେ ହୃଦୟ ସମ୍ଭନ୍ଧୀୟ ରୋଗ ହେବାର ସମ୍ଭାବନା କମ୍ ରହିଥାଏ।