ଆଉ ଫୋପଡ଼ା ଯିବନି ବଳକା ଆଣ, ବାସି ଆଣରେ କରନ୍ତୁ ସ୍ୱାଦିଷ୍ଟ ବରା

ଖାଦ୍ୟ ହେଉ କି ଆଉ କିଛି, ଦ୍ରବ୍ୟ ନଷ୍ଟ କରିବାକୁ କାହାକୁ ବା ଭଲଲାଗେ! ବେଳେ ବେଳେ କିନ୍ତୁ ଏପରି ପରିସ୍ଥିତି ଆସେ, ଆମେ ନ ଚାହିଁ ମଧ୍ୟ ଖାଦ୍ୟ ବଳି ପଡ଼େ ତାହାକୁ ଫୋପାଡ଼ିବାକୁ ହୁଏ। ମାତ୍ର ମନେ ରଖନ୍ତୁ ଟିକିଏ ବୁଦ୍ଧି ଲଗାଇଲେ ସେହି ଖାଦ୍ୟକୁ ଆମେ ନଷ୍ଟ ହେବାକୁ ବଞ୍ଚାଇ ପାରିବ। ତାହାକୁ ଅନ୍ୟ ଏକ୍‌ ଡିସ୍‌ କରି ଖାଇପାରିବବା। ଅନେକ ସମୟରେ ଏପରି ହୁଏ, ଘରେ ପିଠା ପାଇଁ ବଟା ଯାଇଥିବା ବିରି-ଚାଉଳ ଆଣ ବଳି ପଡ଼େ। ତାହା ବାସି ହୋଇଗଲେ ଆଉ ଭଲ ଲାଗେ ନାହିଁ ବୋଲି ଆମେ ତାକୁ ଫୋପାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଏବେ ଆଉ ଫୋପାଡ଼ିବା ଦରକାର ପଡ଼ିବନି। ସେହି ବାସି ଆଣରେ ଆମେ ଆପଣକୁ ସିଖାଇବୁ ଏକ ସ୍ୱାଦିଷ୍ଟ ବରା ତିଆରି ପ୍ରଣାଳୀ।

ଆବଶ୍ୟକୀୟ ସାମଗ୍ରୀ:

:ବଳକା ବାସି ଆଣ
:ସୁଜି
:ଆଳୁ
:ଫୁଲକୋବି
:ପିଆଜ
:କଞ୍ଚାଲଙ୍କା
:ବିଲାତି ବାଇଗଣ
:ରିଫାଇନ୍‌ ତେଲ
: ଭ୍ରୃଷଙ୍ଗ ପତ୍ର
:ଖାଇବା ସୋଡ଼ା
:ଲୁଣ

ପ୍ରସ୍ତୁତ ପ୍ରଣାଳୀ:

ବାସି ଆଣରେ ଅଳ୍ପ ପରିମାଣର ସୁଜି ଓ ଆବଶ୍ୟକ ମୁତାବକ, ଲୁଣ ଓ ବେକିଂ ସୋଡ଼ା ଦେଇ ତାହାକୁ ଗୋଳାଇ ରଖି ଦିଅନ୍ତୁ। ତା’ପରେ କୋବି, ପିଆଜ, ଆଳୁ, ବିଲାତି, କଞ୍ଚାଲଙ୍କା, ଭ୍ରୁଷଙ୍ଗପତ୍ର ଆଦିକୁ ଟିକି ଟିକି କରି କାଟି ସେଥିରେ ପକାନ୍ତୁ। ତା’ପରେ ଏକ କଢ଼େଇକୁ ଗ୍ୟାସ୍‌ ଉପରେ ବସାଇ ସେଥିରେ ରିଫାଇନ୍‌ ତେଲ ଦେଇ ସେ ତେଲକୁ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ବରା ଆକାରର ଗୋଲ ଗୋଲ କରି ମିଶ୍ରିତ ଦ୍ରବ୍ୟକୁ ତେଲରେ ପକାଇ ଛାଣନ୍ତୁ। ବରା ହୋଇଯିବା ପରେ ତାହାକୁ ଆପଣ ସସ୍‌ ଲଗାଇ ଖାଇଲେ ସୁସ୍ୱାଦୁ କି ନୁହେଁ ନିଜେ ହିଁ କହିବେ।

ସମ୍ବନ୍ଧିତ ଖବର