ପ୍ରତିଦିନ କେତୋଟି କିସ୍‌ମିସ୍‌ ଖାଇବା ଦେହ ପକ୍ଷେ ଭଲ?

କିସମିସ୍‌ ଶରୀର ପାଇଁ ଲାଭଦାୟକ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ଓ ଭିଟାମିନ୍‌ ବି ରହିଛି। ଏହା ଶରୀରର ଦୁର୍ବଳତା ଓ ଏନିମିୟାକୁ ଠିକ୍‌ କରିଥାଏ।

କିସମିସ୍‌ରେ ଥିବା ଆଇରନ୍‌ ରକ୍ତରେ ହେମୋଗ୍ଲୋବିନ୍‌ର ସ୍ତରକୁ ବଢ଼ାଇଥାଏ। ଏହାର ସ୍ୱାଦରେ ମିଠା ଓ ହାଲ୍‌କା ଖଟା ଅଂଶ ଥାଏ। ଏହା ଖୁବ୍‌ ନରମ ମଧ୍ୟ। କିନ୍ତୁ ପ୍ରତିଦିନ ୫ଟିରୁ ଅଧିକ କିସମିସ୍‌ ଖାଇବା ଉଚିତ ନୁହେଁ। ୫ଟିରୁ ଅଧିକ କିସମିସ୍‌ ଖାଇଲେ ଶରୀର ଅଧିକ ଦୁର୍ବଳ ହୋଇଯାଏ। ତା’ଛଡ଼ା ହେମୋଗ୍ଲୋବିନ୍‌ ସ୍ତର ମଧ୍ୟ ହ୍ରାସ ପାଇଥାଏ।

ଜଳରେ କିସମିସ୍‌ ପକାଇ ପିଇଲେ ଶରୀରର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ଓ ଅନ୍ୟ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ନିୟମିତ ଭାବେ ୫ଟି କିସମିସ୍‌ ଖାଇଲେ ପେଟେ ସୁସ୍ଥ ରହେ। ଏଥିରେ ଫାଇବର୍‌ର ମାତ୍ରା ଅଧିକ ଥିବାରୁ ପେଟକୁ ଲାକ୍‌ସଟିଭ୍‌ ପ୍ରଭାବ ଦେଇଥାଏ ଓ କୋଷ୍ଠକାଠିନ୍ୟତା ଦୂର କରିବାରେ ତାହା ସହାୟକ ହୋଇଥାଏ। ହଜମ କ୍ରିୟା ମଧ୍ୟ ସୁସ୍ଥ ରହିଥାଏ।

ସମ୍ବନ୍ଧିତ ଖବର