ପ୍ରତିଦିନ କିସମିସ୍‌ ଖାଆନ୍ତୁ , ମିଳିବ ଏ ସବୁ ଲାଭ

ସାଧାରଣତଃ ଖିରିରେ ଆମେ କିସମିସ୍‌ ଖାଇବାକୁ ପାଇଥାଉ। ଏହା ଖିରିକୁ ଅଧିକ ସ୍ୱାଦିଷ୍ଟ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଖାଲି କିସମିସ ବି ଖାଇଲେ ଅନେକ ଉପକାର ମିଳିଥାଏ। ଏହା ଶରୀରକୁ ଫାଇଦା ଦେଇଥାଏ। ପ୍ରଥମେ ଜାଣି ରଖନ୍ତୁ ଯେ କିସମିସ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ ରହିଛି। ଏଣୁ ପ୍ରତିଦିନ କିଛି କିସମିସ ଖାଇଲେ ତାହା ଆଖି ପାଇଁ ଭଲ। ଏହା ଆଖିର ଉଜ୍ଜ୍ୱଳତା ବଢ଼ାଏ। ତା’ଛଡ଼ା ଆଖିର ମାଂସପେଶୀକୁ ମଜଭୁତ କରିଥାଏ।
ଯଦି କାହାର ଶରୀରରେ ରକ୍ତର ମାତ୍ରା କମ୍‌ ଅଛି ତେବେ ସେ କିସମିସ ଖାଇବା ନିହାତି ଦରକାର,କାରଣ ଏହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ। କିସମିସ୍‌ ଖାଇବା ଦ୍ୱାରା ଆଉ ଏକ ଉପକାର ବି ହୋଇଥାଏ। ତାହା ହେଲା ଯେ ଏହା ହଜମ କ୍ରିୟାରେ ସହାୟକ ହୋଇଥାଏ। ଏହା ଖାଇଲେ କୋଷ୍ଠ କାଠିନ୍ୟତାର ସମସ୍ୟା ଦେଖା ଦିଏ ନାହିଁ। ଆଉ ଏକ କଥା ହେଲା ଯେ କିସମିସ ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧ ଶକ୍ତି କ୍ଷମତା ବି ବଢ଼ିଥାଏ। ଯଦି ସକାଳେ ଜଳରେ କିସମିସ ଭିଜାଇ ତାର ପାଣିକୁ ପିଇବେ ତବେ ଉପରୋକ୍ତ ଲାଭ ବି ମିଳିବ।

ସମ୍ବନ୍ଧିତ ଖବର