ବାର୍ଷିକ ରାଶିଫଳ ୨୦୧୮: ବିଛା: ଶତ୍ରୁ ଓ ବିରୋଧୀ କ୍ଷତି କରିବାକୁ ଯୋଜନା କରିବେ, ଆପଣ ତାହା ବିଫଳ କରିଦେବେ

ଏ ବର୍ଷ ବଢ଼ିଆ ପରିଣାମ ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବର୍ଷର ପ୍ରଥମାର୍ଦ୍ଧରେ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଭଲ ସୁଯୋଗ ମିଳିବ। ଶତ୍ରୁ ଓ ବିରୋଧୀମାନେ ଆପଣଙ୍କର କ୍ଷତି କରିବାକୁ ଯୋଜନା କରିବେ। ହେଲେ ଆପଣ ତାହାକୁ ବିଫଳ କରିଦେବେ। ମାନସମ୍ମାନରେ ବୃଦ୍ଧି ହେବ। ବର୍ଷର ପ୍ରଥମ ତିନି ମାସରେ ବ୍ୟବସାୟର ନୂତନ ଭାବେ ପୁଞ୍ଜି ନିବେଶ ଇଚ୍ଛା ପରିହାର କରନ୍ତୁ। ଏହା ଆପଣଙ୍କୁ ଅଧିକ କ୍ଷତିରେ ପକାଇପାରେ। ଚାକିରିଜୀବୀମାନେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଆପଣଙ୍କ ପରିଶ୍ରମର ଫଳ ବର୍ଷର ଦ୍ଵିତୀୟାର୍ଦ୍ଧରେ ମିଳିବ। ସରକାରୀ ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତିମାନେ ଏବର୍ଷ ସଫଳ ହେବେ। ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଖେଳାଳିମାନେ ଜାତୀୟ ଦଳରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଅଧିକ ସମୟ ଧରି କଠିନ ଅଭ୍ୟାସ କରନ୍ତୁ। ଏବର୍ଷ ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ପ୍ରତିଦିନ ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ମିଳିବାକୁ ରହିବ। ଯୁବତୀମାନଙ୍କ ପାଇଁ ଅକ୍‌ଟୋବର ମାସ ଭିତରେ ବିବାହର ସୁଯୋଗ ରହିଛି। ଅବିବାହିତମାନେ ପ୍ରେମ ପ୍ରସଙ୍ଗଯୁକ୍ତ ହେବେ। କିନ୍ତୁ କୌଣସି ସ୍ଥିର ସଂପର୍କ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଛାତ୍ରଛାତ୍ରୀମାନେ ଏବର୍ଷରେ ଯଥେଷ୍ଟ ସଫଳତା ହାସଲ କରିବେ। ବିଛା ରାଶିର କେତେକ ଛାତ୍ରଛାତ୍ରୀ ଅକ୍‌ଟୋବର ନଭେମ୍ବର ମାସରେ ଉଚ୍ଚଶିକ୍ଷା ଲାଗି ବିଦେଶ ଯିବେ। ଅଜୀର୍ଣ୍ଣ ଓ ୟୁରିନାରୀ ଇନ୍‌ଫେକ୍‌ସନ୍‌ର ସମ୍ଭାବନା ଅଛି। ସାଧାରଣ ଭାବେ ସ୍ୱାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧିତ ଖବର