ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବାହାରକୁ ବୁଲି ଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଲେଖକଙ୍କୁ ପୁରସ୍କାର ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

ବୃଷ: ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇପାରେ। ସନ୍ତାନଙ୍କ ସହିତ କିଛି ସମୟ କଟାନ୍ତୁ, ଖୁସି ମିଳିବ। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

 


ମିଥୁନ: ବାପାଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

 


କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ପ୍ରତିଷ୍ଠାରେ ବୃଦ୍ଧି ଆଣିବା ଲାଗି ଅବସର ମିଳିବ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ଚାକିରିରେ ଦରମା ବଢ଼ିବାର ସମ୍ଭାବନା। ପରିବାରରେ ନୂଆ ଖୁସି ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


ସିଂହ: ଆପଣଙ୍କର ମନୋଭାବ କୌତୁକମୟ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଅଫିସ୍‌ରେ ଆପଣଙ୍କ କୌଣସି କାମର ପ୍ରଶଂସା ହୋଇପାରେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ଆପଣ କିଛି ନୂଆ କୌଶଳ ଶିକ୍ଷା ଲାଭ କରିବେ। ଉଚ୍ଚଅଧିକାରୀଙ୍କ ଠାରୁ ଆପଣଙ୍କୁ ପ୍ରଶଂସା ମିଳିବାର ସମ୍ଭାବନା। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

 

 

ତୁଳା: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ଭଗବାନ ବିଷ୍ଣୁ।

 

 

ବିଛା: ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ବ୍ୟବସାୟରୁ ପରିଶ୍ରମର ଫଳ ମିଳିବ ଓ ଲାଭ ବୃଦ୍ଧି ହେବ। ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ରାମଚଣ୍ଡୀ।

 

ଧନୁ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ଆପଣଙ୍କ ବିନମ୍ର ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

 

ମକର: ଭାଗ୍ୟ ତାରକା ଉଜ୍ଜ୍ଵଳ ରହିବ। ଯାହା ବି କାମ କରିବେ, ଆପଣଙ୍କୁ ସଫଳତା ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ନୂଆ ବାହନ କିଣିବା ପାଇଁ ମନ ବଳାଇପାରନ୍ତି। ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

 

କୁମ୍ଭ: ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ଧାର୍ମିକ କ୍ରିୟା କଳାପରେ ଧନ ଖର୍ଚ୍ଚ ହେବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଅଫିସ୍‌ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଅମ୍ବିକା।

 


ମୀନ: ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପଦ ପ୍ରତିଷ୍ଠା ବଢ଼ିପାରେ। ଅଚାନକ ଧନପ୍ରାପ୍ତି ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ସମ୍ବନ୍ଧିତ ଖବର