Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଜାଣନ୍ତୁ କେମିତି କଟିବ ଆଜିର ଦିନ

0 11,281

ମେଷ: କମ୍‌ କଥା କହିଲେ ଲୋକଙ୍କ ନଜରରେ ଆସିବେ। ଶିକ୍ଷାକ୍ଷେତ୍ରରେ କରିଥିବା ପରିଶ୍ରମର ଫଳ ନିଶ୍ଚୟ ପାଇବେ। ମିତ୍ରଙ୍କ ଠାରୁ ଉପହାର ପାଇବା ହେତୁ ଖୁସି ରହିବେ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ମଙ୍ଗଳା।

 

ବୃଷ:ଭୌତୁକ ସୁଖପ୍ରାପ୍ତି ଲାଗି ଦିନଟି ଭଲ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ୱରୀ।

 

ମିଥୁନ:ଚେଷ୍ଟା କରନ୍ତୁ; କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ ହୋଇଯିବ। ଆପଣଙ୍କର ଲାଭ ଓ ଉନ୍ନତି ହେବ। ଭାଇ-ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ନୂଆ ଘର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

କର୍କଟ: ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ; ଭବିଷ୍ୟତରେ ଶୁଭଫଳ ପାଇବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ସିଂହ: ଆଜି ଆପଣଙ୍କୁ ଭାଗ୍ୟ ବହୁତ କିଛି ଦେବ। ନୂଆ କାମର ଶୁଭାରମ୍ଭ କରିବେ। ଆପଣ ବନ୍ଧୁମାନଙ୍କ ସଙ୍ଗରେ ରହି ଶାନ୍ତି ଅନୁଭବ କରିବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କଟକଚଣ୍ଡୀ।

 

କନ୍ୟା: ଆପଣ ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ତୁଳା: ଦିନଟି ଦୁଃଖ-ସୁଖଭରା ରହିବ। ବ୍ୟାଙ୍କ୍‌ରେ ଅର୍ଥ ନେଣଦେଣ ସାବଧାନତାର ସହ କରିବା ଜରୁରୀ। ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ଅଫିସ୍‌ କାମରେ ଚାପ ଅଧିକ ରହିବ। ସନ୍ତାନଙ୍କ କୌଣସି ସମସ୍ୟା ନେଇ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।

 

 

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ରାଜନୀତିରେ ମନୋକାମନା ପୂରଣ ହେବ। ରାଷ୍ଟୀୟ ସ୍ତରର ନେତାଙ୍କ ସହିତ ସଂପର୍କ ସ୍ଥାପନ ହେବ। ଅଫିସ୍‌ରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ଧନୁ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିପାରେ। ଧର୍ମସଂସ୍ଥାକୁ ଦାନ ଦେଇପାରନ୍ତି। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ପ୍ରିୟବନ୍ଧୁ କୌଣସି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀ।

 

 

ମକର: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଭାଗ୍ୟର ତାରକା ଉଜ୍ଜ୍ଵଳ ହୋଇପାରେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

 


କୁମ୍ଭ:ପୂରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ; ଭଲ ହେବ। ବ୍ୟବସାୟରେ ନୂଆ ସମ୍ଭାବନା ଅନେ୍ଵଷଣ କରିବେ। ବନ୍ଧୁମାନଙ୍କ ସହିତ ବସି ହାଲୁକା ଅନୁଭବ କରିବେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀକୃଷ୍ଣ।

 

 

ମୀନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ବ୍ୟବସାୟ ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

twenty − 1 =