ଶୀତ ଋତୁରେ ରାଶି ଲଡ଼ୁ ଖାଆନ୍ତୁ, କାରଣ ଜାଣିବାକୁ ଚାହାଁନ୍ତି କି ?

ଶୀତ ଋତୁରେ ରାଶି ଲଡ଼ୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାର।ଏହାଫଳରେ ଶରୀରକୁ ତିନିଗୁଣା କାଲ୍‌ସିଅମ୍‌ ମିଳିଥାଏ,ଯାହା ଅଧ କପ୍‌ ଦୁଧ ସହ ସମାନ।ଯଦି ଆପଣ ଗୁଡ଼ ମିଶା ରାଶି ଲଡ଼ୁ ଖାଇବେ ,ତେବେ ଆପଣଙ୍କ ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧି ପାଇବ। ରାଶିରେ ବିଭିନ୍ନ ପ୍ରକାରର ପ୍ରୋଟିନ୍‌ ,କାଲ୍‌ସିଅମ୍‌,ପଟାସିଅମ୍‌,କପର୍‌,ଫାଇବର୍‌ ବି କଂପ୍ଲେକ୍ସ ଓ କାର୍ବୋହାଇଡ୍ରେଟ୍‌ ଆଦି ତତ୍ତ୍ୱ ବି ରହିଛି। ରାଶି ଖାଇଲେ ମାନସିକ ଦୂର୍ବଳତା ଦୂରୀଭୂତ ହେବା ସଙ୍ଗେ ସଙ୍ଗେ ମାନସିକ ଉତ୍ତେଜନାରୁ ମଧ୍ୟ ରକ୍ଷା ମିଳିଥାଏ।

ରାଶି ଲଡ଼ୁ ଖାଇଲେ ଶରୀରକୁ ଆଣ୍ଟି ଅକ୍ସିଡ଼େଣ୍ଟ୍‌ ମିଳିଥାଏ। ଭାଇରସ୍‌ ଏବଂ ଏଜିଂ ଓ ବ୍ୟାକ୍ଟେରିଆ ଯୋଗୁଁ ଶରୀରରେ ଯେତେ କ୍ଷତି ଘଟିଥାଏ,ତାହାର ଭରଣା କରିପାରେ ରାଶିଲଡ଼ୁ। ଟାଇପ୍‌ ଟୁ ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧି ଭଳି କାର୍ଯ୍ୟ କରେ।

photo-ytimg.com

ରାଶି ଲଡ଼ୁୁରେ ‘ଭିଟାମିନ୍‌ – ଇ ’ଓ ‘ଭିଟାମିନ୍‌ – ବି’ ପ୍ରଚୁର ପରିମାଣରେ ଥିବା ହେତୁ ତ୍ୱଚାକୁ ଉଜ୍ଜଳ କରିବା ସହିତ ଆପଣଙ୍କୁ ଯୌବନର ଅନୁଭବ ଆଣି ଦେଇଥାଏ। ଯେଉଁମାନଙ୍କର ଆଣ୍ଠୁବିନ୍ଧା ଓ ଗଣ୍ଠିବିନ୍ଧା ରୋଗ ଅଛି,ସେମାନେ ରାଶି ଖାଇବା ଉଚିତ। ରାଶି ଦାନ୍ତକୁ ମଜଭୁତ୍‌ କରିଥାଏ। ଥଣ୍ଡା ସର୍ଦ୍ଦି ଓ ଛିଙ୍କରୁ ମଧ୍ୟ ରକ୍ଷା କରିଥାଏ ରାଶି। କୋଷ୍ଠକାଠିନ୍ୟତା ଦୂର କରିବାରେ ବି ସହାୟକ ହୋଇଥାଏ ବୋଲି ଜଣାଯାଇଛି। ଏହା କର୍କଟ ରୋଗ ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ।

ସମ୍ବନ୍ଧିତ ଖବର