ଖରାଦିନେ ଫ୍ରିଜ୍‌ ପାଣି ହୋଇପାରେ ଶରୀର ଲାଗି ହାନିକାରକ

ନୂଆଦିଲ୍ଲୀ : ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହିତ ଲୋକଙ୍କ ମଧ୍ୟରେ ଥଣ୍ଡା ପାନୀୟର ଚାହିଦା ବଢ଼ିବାରେ ଲାଗିଛି । ସାଧାରଣତଃ ଲୋକ ଖରାଦିନ ଆସିବା ମାତ୍ରେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଇବା ଆରମ୍ଭ କରି ଦିଅନ୍ତି । ଖରାରେ ବାହାରୁ ବୁଲିବୁଲି ଆସିଥିବା ବ୍ୟକ୍ତିଙ୍କ ପାଇଁ ଥଣ୍ଡାପାଣି ଅମୃତ ସଦୃଶ ଲାଗିଥାଏ । କିନ୍ତୁ ଆପଣ ଜାଣିଛନ୍ତି ଏହି ଅମୃତ ସଦୃଶ ଥଣ୍ଡା ପାଣି ଶରୀର ପାଇଁ ବିଷ ପାଲଟି ଯାଇପାରେ । ଆସନ୍ତୁ ଜାଣିବା ଖରାଦିନେ ଥଣ୍ଡା ପାଣି ପିଇବାର ଖରାପ ପ୍ରଭାବ ବିଷୟରେ …

rochakpost

ବାରମ୍ବାର ଥଣ୍ଡା ପାଣିି ପିଇବା ଦ୍ୱାରା ପାକସ୍ଥଳୀ ସଂକୁଚିିତ ହୋଇ ଯାଇଥାଏ । ଏହା ଦ୍ୱାରା ଭୋକର ମାତ୍ରା କମ ହେବା ସହ ପାଚନ ପ୍ରକ୍ରିୟାରେ ଅନେକ ପ୍ରକାରର ଅସୁବିଧା ଦେଖାଯାଇଥାଏ । ଥଣ୍ଡା ପାଣି ଦ୍ୱାରା ଶରୀରର ବିଭିନ୍ନ କୋଷିକା ସଂକୁଚିତ ହୋଇଥାଏ, ଯାହା ଦ୍ୱାରା ମେଟାବୋଲିଜିମ୍‌ ଉପରେ କୁପ୍ରଭାବ ପଡ଼ିଥାଏ ।

rochakpost

ଫ୍ରିଜ୍‌ରେ ରଖାଯାଇଥିବା ପାଣିର ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ ବହୁତ କମ ରହିଥାଏ । ଏହା ଦ୍ୱାରା ଶରୀରରେ ଥଣ୍ଡା ଜାତୀୟ ଅନେକ ରୋଗ ଯେପରିକି ଥଣ୍ଡା , କାଶ , ଜ୍ୱର ଆଦି ସମସ୍ୟା ଦେଖାଯାଇଥାଏ । ଏହା ସହ ଥଣ୍ଡା ପାଣି ନିୟମିତ ପିଇବା ଦ୍ୱାରା ତଣ୍ଟି ଦରଜ ହେବା ଆଦି ଦେଖାଯାଇଥାଏ ।
ଥଣ୍ଡା ପାଣି ପିଇବା ଦ୍ୱାରା ଥାଇରଏଡ଼ ଏବଂ ଟନ୍‌ସିଲ ଆଦି ସମସ୍ୟା ଦେଖାଯାଇଥାଏ । ଏଥିପାଇଁ କେବଳ ଯେ ଥଣ୍ଡା ହୁଏ ତାହା ନୁହଁ, ଏହା ଦ୍ୱାରା ପାଚନ ପ୍ରକ୍ରିୟାରେ ମଧ୍ୟ ଅନେକ କୁପ୍ରଭାବ ପକାଇଥାଏ । ଫଳରେ ଗ୍ୟାସ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ସମ୍ବନ୍ଧିତ ଖବର