ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିବା ପୁଅ ବା ଝିଅ ପୂର୍ବରୁ ଆଉ କାହା ସହ ସମ୍ପର୍କରେ ନାହାନ୍ତି ତ ?

ଯଦି ଜଣେ ପୁଅ ବା ଝିଅ ତାର ଜୀବନସାଥୀକୁ ପ୍ରକୃତରେ ଓ ଆନ୍ତରିକ ଭାବେ ଭଲ ପାଉଥାଏ, ତେବେ ସେ ତା’ ସମ୍ପର୍କକୁ କାହା ସାମ୍ନାରେ ଲୁଚାଇ ନ ଥାଏ । କିନ୍ତୁ କିଛି ଝିଅ ବା ପୁଅ ଅଛନ୍ତି, ଯେଉଁମାନେ ସେମାନଙ୍କ ସମ୍ପର୍କ ବିଷୟରେ କାହାକୁ ଜଣାନ୍ତି ନାହିଁ ବା ସେମାନଙ୍କ ସାଥୀ ବିଷୟରେ କଥା ଆସିଲେ, ସେମାନେ କଥାକୁ ବଦଳାଇ ଦେଇଥାନ୍ତି । ସମସ୍ତଙ୍କ ଆଗରେ ସାଥୀଠାରୁ ଅଲଗା ରହିବା ସହ ସେ ତାଙ୍କ ସାଙ୍ଗ ବୋଲି ସମସ୍ତଙ୍କୁ ପରିଚୟ ଦେଇଥାନ୍ତି । ହେଲେ, ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି କଥା, ଯାହା ମାଧ୍ୟମରେ ଆପଣ ଜାଣି ପାରିବେ କି ଆପଣଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ପୁଅ ବା ଝିଅ ପୂର୍ବରୁ ଆଉ କାହା ସହ ସମ୍ପର୍କରେ ଅଛନ୍ତି ନା ନାହାନ୍ତି ।୧. ଯେତେବେଳେ ଗୋଟେ ପୁଅ ବା ଝିଅ ନିଜ ସାଥୀକୁ ଛାଡ଼ି ଆପଣଙ୍କ ପ୍ରତି ଆକର୍ଷିତ ହେବା ଆରମ୍ଭ କରନ୍ତି ସେତେବେଳେ ସେ ତାଙ୍କ ସାଥୀ ଅପେକ୍ଷା ଆପଣଙ୍କୁ ଅଧିକ ସମୟ ଦେଇଥାନ୍ତି । ଆପଣଙ୍କ ସହ ପ୍ରେମ ସମ୍ପର୍କିତ କଥା ହେବା ଆରମ୍ଭ କରନ୍ତି । ନିଜ ସାଥୀ ସହ କଥା ନ ହୋଇ ସେ ଆପଣଙ୍କୁ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଥାନ୍ତି । ଯେତେବେଳେ ଆପଣ ତାଙ୍କୁ ତାଙ୍କ ଜୀବନସାଥୀ କଥା ପଚାରୁଥିବେ ସେମାନେ ସେ କଥାକୁ ବଦଳାଇ ଅନ୍ୟ ବିଷୟରେ କଥା ହେବା ଆରମ୍ଭ କରି ଦେଉଥିବେ ।
୨.ଜଣେ ଯେତେବେଳେ ପ୍ରେମରେ ଥାଏ ସେ ସବୁବେଳେ ତାର ସାଥୀ ବିଷୟରେ କହିଥାଏ । କିନ୍ତୁ ଯଦି ଜଣେ ଆପଣଙ୍କ ପ୍ରତି ଆକର୍ଷିତ ହୋଇ ପୂର୍ବ ପ୍ରେମକୁ ଭାଙ୍ଗିବାକୁ ଚାହୁଁଥିବ ସେତେବେଳେ ସେ ଆପଣଙ୍କୁ ଗୁରୁତ୍ୱ ଦେବା ସହ ପୂର୍ବ ପ୍ରେମିକ କଥା ଉଠିଲେ ତାକୁ ବଦଳାଇବା ଆରମ୍ଭ କରୁଥିବ ।
୩. ଏକାଥିବା ବେଳେ ଆପଣଙ୍କ ସହ ପ୍ରେମିକା ଭଳି ବ୍ୟବହାର କରୁଥିଲେ ମଧ୍ୟ ଯଦି କୌଣସି ସ୍ଥାନରେ ଅଚାନକ ପୁଅ ବା ଝିଅ ସେମାନଙ୍କ ସାଥୀ ସହ ବୁଲୁଥାନ୍ତି ଏବଂ ସେହି ସମୟରେ ସେ ଆପଣଙ୍କ ସାମ୍ନାକୁ ସେମାନେ ଆସି ଯାହାନ୍ତି, ସେତେବେଳେ ସେ ଆପଣଙ୍କୁ ସାଙ୍ଗ କହି ପରିଚୟ କରାଇଥାନ୍ତି ।
୪. ଏଭଳି ପରିସ୍ଥିତିରେ ଯଦି ଆପଣ ଅଛନ୍ତି ତେବେ ସିଧା ଯାଇ ଆପଣଙ୍କୁ ସେ ପୁଅ ବା ଝିଅ ଭଲପାଉଛି ନା ନାହିଁ ପଚାରନ୍ତୁ । ଯଦି ସେମାନେ ଆପଣଙ୍କୁ କେବଳ ସାଙ୍ଗ ଭଳି ଦେଖୁଛନ୍ତି ବୋଲି କୁହନ୍ତି ତେବେ ତାଙ୍କ ଠାରୁ ଦୂରେଇ ଯାଆନ୍ତୁ ।

ସମ୍ବନ୍ଧିତ ଖବର