ମାଇଗ୍ରେନ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକ ସମୟରେ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ନିଜ ଉପରୁ ନଜର ହଟାଇ ଦେଉଛନ୍ତି । କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । କିନ୍ତୁ କିଛି ଲୋକ ଏହାକୁ ସାମାନ୍ୟ ଭାବି ଅଣଦେଖା କରିବାରୁ ଏହା ଧୀରେ ଧୀରେ ଭୟଙ୍କର ରୂପ ନେଉଛି । ପ୍ରତିଦିନର ମୁଣ୍ଡବିନ୍ଧାକୁ ଅଣଦେଖା କରିବାରୁ ତାହା ମାଇଗ୍ରେନରେ ପରିଣତ ହୋଇଯାଉଛି । ମାଇଗ୍ରେନ୍‌କୁ ସାଇଲେଣ୍ଟ କିଲର ବୋଲି କୁହାଯାଏ, ଯାହା ମସ୍ତିଷ୍କକୁ ହଠାତ୍‌ ଆକ୍ରମଣ କରିଥାଏ । ମାଇଗ୍ରେନ୍‌ ପ୍ରଭାବରେ ମସ୍ତିଷ୍କର ଅଧା ଭାଗ ବିନ୍ଧିବା ଆରମ୍ଭ ହୋଇଥାଏ । କିଛି ଲୋକଙ୍କର ମସ୍ତିଷ୍କର ମଧ୍ୟ ଭାଗରେ ମଧ୍ୟ ବିନ୍ଧିଥାଏ । ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି କାମ କରିବା, ଠିକ୍‌ ଭାବରେ ନିଦ ନ ହେବା, ମାନସିକ ସ୍ତରରେ ଅଶାନ୍ତି ରହିବା ଦ୍ୱାରା ମାଇଗ୍ରେନର ସମସ୍ୟା ଦେଖା ଯାଇଥାଏ । ଏହାକୁ ଭଲ କରିବା ପାଇଁ କିଛି ଲୋକ ଓଷଧ ସେବନ କରିଥାନ୍ତି । କିନ୍ତୁ ବିନା ଖର୍ଚ୍ଚରେ ଘରୋଇ ଉପାୟରେ ମଧ୍ୟ ଏହାକୁ ଠିକ୍‌ କରାଯାଇ ପାରିବ ।

୧.ଅଚାନକ ଯଦି ମୁଣ୍ଡରେ ମାଇଗ୍ରେନର କଷ୍ଟ ଆପଣ ଅନୁଭବ କରନ୍ତି, ତେବେ ଅଲିଭ୍‌ ତେଲକୁ ଗରମ ପାଣିରେ ପକାଇ ଆଘ୍ରାଣ କରନ୍ତୁ । ସେଥିପାଇଁ ଗୋଟେ ପାତ୍ରରେ ପାଣି ଗରମ କରି ସେଥିରେ ଅଲିଭ୍‌ ତେଲ ମିଶାନ୍ତୁ । ଏହା ପରେ ମୁଣ୍ଡ ତଳକୁ କରି ଟାେଓ୍ଵଲ ଗୁଡ଼ାଇ ନିଶ୍ୱାସ ନିଅନ୍ତୁ । ୧୦-୧୫ମିନିଟ୍‌ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ମାଇଗ୍ରେନ ଯୋଗଁ ହେଉଥିବା କଷ୍ଟ ଦୂର ହୋଇ ଯାଇଥାଏ ।
୨. ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ନାକରେ ଦେଶୀ ଘିଅ ପକାଇ ଶୋଇ ପଡ଼ନ୍ତୁ । ଦେଖିବେ କିଛି ସମୟ ପରେ ଆପଣଙ୍କ କଷ୍ଟ ଦୂର ହୋଇଯିବ ।
୩.ମାଇଗ୍ରେନ ଯୋଗଁ ମୁଣ୍ଡ ବିନ୍ଧା ହେବା ମାତ୍ରେ ତୁରନ୍ତ ବରଫ ବା ଥଣ୍ଡା ପାଣିରେ କପଡ଼ା ବୁଡ଼ାଇ ମୁଣ୍ଡରେ ରଖନ୍ତୁ । ଏପରି କରିବା ଦ୍ୱାରା ରକ୍ତର ଧମନୀ ପ୍ରସାରିତ ହେବା ସହ ମୁଣ୍ଡ ବିନ୍ଧା ଭଲ ହୋଇ ଯାଇଥାଏ ।
୪.ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ତୁଳସୀ ପତ୍ର, ଅଦା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ ଏବଂ ଡ଼ାଲଚିନିକୁ ମିଶାଇ ମହୁ ସହ ଖାଆନ୍ତୁ । ତୁରନ୍ତ ମୁକ୍ତି ମିଳିବ ।

ସମ୍ବନ୍ଧିତ ଖବର