ଘରକୁ ଯିବା ପୂର୍ବରୁ ଜୋତା ଖୋଲି ଗଲେ ଓଜନ ହ୍ରାସ ପାଇବ

ଓଜନ କମାଇବା ପାଇଁ ସବୁବେଳେ ଡାଇଟ୍‌ ଏବଂ ବ୍ୟାୟାମ ସଂପର୍କରେ ପରାମର୍ଶ ଦିଆଯାଇ ଥାଏ। ମାତ୍ର ସମୟ ବଦଳିବା ସଙ୍ଗେ ସଙ୍ଗେ ସବୁ ଜିନିଷର ତରିକା ବି ବଦଳୁଛି। ଆପଣ ସେହି ପୁରୁଣା ଡାଇଟ୍‌ ଓ ବ୍ୟାୟାମ ସୂତ୍ରକୁ ବାଦ୍‌ ଦେଲା ପରେ ବି ଅନ୍ୟ କୌଶଳ ଜରିଆରେ ପତଳା ହୋଇପାରିବେ।

ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଘରକୁ ଯିବା ପୂର୍ବରୁ ଜୋତା ଖୋଲିବା ଦ୍ୱାରା ଆମେ ଓଜନ ହ୍ରାସ କରିପାରିବା। ଗବେଷକଙ୍କ କହିବା କଥା ହେଲା ଜୋତା ଦ୍ୱାରା ଘରକୁ ପରିବେଶର ରସାୟନ ଘରକୁ ଆସିଥାନ୍ତି। ଯାହାକି ଶରୀରରେ ଚର୍ବି ବଢ଼ାଇବା ପାଇଁ ଦାୟୀ ହୋଇଥାନ୍ତି।

ଗବେଷକମାନେ ଆହୁରି ବି କହିଛନ୍ତି ଯେ ଘରେ କାର୍ପେଟ ବ୍ୟବହାର କରିବା ବି କିଛି ମାତ୍ରାରେ ମୋଟାପଣର କାରଣ ହୋଇଥାଏ। କାର୍ପେଟରେ ମଧ୍ୟ ପରିବେଶର ରସାୟନ ଜମା ବାନ୍ଧି ରହିଥାଏ। ଯାହାକି ବ୍ୟକ୍ତିର ମୋଟାପଣର କାରଣ ବନିଯାଏ।

ପରିବେଶ ରସାୟନ ଜମିବାର ଅନ୍ୟ ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଧୂଳି, ରୋଷେଇ ଘର ପୋଷାକ, କସ୍‌ମେଟିକ୍‌, ସାର ଇତ୍ୟାଦି।

ସମ୍ବନ୍ଧିତ ଖବର