ହାଡକୁ ଶକ୍ତ ରଖେ ଗୋଲାପ ଫୁଲ, ଏହାର ଆହୁରି ଅନେକ ଫାଇଦା ବି ରହିଛି

ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ସବୁ ପ୍ରେମୀଯୁଗଳ ପ୍ରେମ ନିବେଦନ ପାଇଁ ଗୋଲାପ ଫୁଲକୁ ବ୍ୟବହାର କରିଥାନ୍ତି । ତେବେ ଏହା ଛଡ଼ା ଗୋଲାପ ଫୁଲର ଆହୁରି ଅନେକ ଉପକାରିତା ଥିବା ବିଷୟରେ ଆପଣ ଜାଣନ୍ତି କି? ଏହା ପ୍ରେମର ପ୍ରତୀକ ହେବା ସହ ଶରୀରକୁ ମଧ୍ୟ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ବୋଲି ହୁଏତ ଆପଣମାନେ ଜାଣି ନ ଥାଇ ପାରନ୍ତି । ତେବେ ଆଜି ଆମେ ଜଣାଇବୁ ଗୋଲାପ ଫୁଲକୁ ବ୍ୟବହାର କରି ଶରୀରର କେଉଁ ସମସ୍ୟାକୁ ଆପଣ ଦୂର କରି ପାରିବେ ।

୧.ହାଡ଼କୁ ଶକ୍ତ ରଖେ : ଗୋଲାପରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ରହିଥାଏ, ଯାହାକି ଶରୀରର ହାଡ଼କୁ ଶକ୍ତ କରିଥାଏ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ହେଉଛି ତେବେ ଗୋଲାପ ଜୁସ୍‌କୁ ପ୍ରତି ଦିନ ପିଅନ୍ତୁ ସୁଫଳ ମିଳିବ ।

୨. ଓଜନ ହ୍ରାସ : ନିଜ ମୋଟାପଣକୁ କମାଇବା ପାଇଁ କିଛି ଲୋକ ଯୋଗ ଏବଂ ବ୍ୟାୟାମ କରିଥାନ୍ତି, ଯାହାକୁ କରିବା ପାଇଁ ଅଧିକ ସମୟ ମଧ୍ୟ ଲାଗିଥାଏ । କିନ୍ତୁ ସମୟ ଅପଚୟ ନ କରି ଗୋଲାପ ମାଧ୍ୟମରେ ଆପଣ ଆପଣଙ୍କର ମୋଟାପଣ ହଟାଇ ପାରିବେ । ଗୋଟେ ଗ୍ଲାସ ପାଣିରେ ଗୋଲାପର ୧୦-୧୫ଟି ପାଖୁଡ଼ାକୁ ପକାଇ ଗୋଲାପି ରଙ୍ଗ ହେବା ପର୍ଯ୍ୟନ୍ତ ଫୁଟାନ୍ତୁା ରଙ୍ଗ ବଦଳିଯିବା ପରେ ସେଥିରେ ଅଳେଇଚ ପାଉଡ଼ର ଏବଂ ମହୁ ମିଶାନ୍ତୁ । ଭଲ କରି ମିଶାଇବା ପରେ ଏହାକୁ ଛାଣି ଦିନକୁ ଦୁଇ ଥର ପିଅନ୍ତୁ । ପିଇବାର କିଛି ଦିନ ପରେ ଆପଣ ଫରକ ଜାଣି ପାରିବେ ।

Times Now

୩. ହୃଦ୍‌ରୋଗ : ହୃଦ୍‌ରୋଗ ପାଇଁ ଲାଭଦାୟକ ହେଉଛି ଗୋଲପ ଫୁଲ । ହୃଦୟର ସ୍ପନ୍ଦନ ବଢ଼ିବା ମାତ୍ରେ ଶୁଖିଲା ଗୋଲାପ ପାଖୁଡ଼ାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଶାନ୍ତି ମିଳିଥାଏ ।

punjabkesari.in

୪. ଜଳୀୟ ଅଂଶ ବଢ଼ାଏ: ଯଦି ଆପଣ ନିଜ ଶରୀରକୁ ତାଜା ଏବଂ ସୁସ୍ଥ ରଖିବାକୁ ଚାହଁଛନ୍ତି, ତେବେ ଗୋଲାପ ଜୁସ୍‌ ପିଅନ୍ତୁ । ଏହା ଶରୀରକୁ ଡିହାଇଡ୍ରେସନରୁ ବଞ୍ଚାଇବା ସହ ଥକାପଣ ଦୂର କରିଥାଏ ।

ସମ୍ବନ୍ଧିତ ଖବର