ଜାଣନ୍ତୁ ବିଭିନ୍ନ ସାଲାଡ୍‌ ଖାଇବା ଦ୍ୱାରା କି ଲାଭ ମିଳିଥାଏ ?

ସାଲାଡ୍‌ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ, କିନ୍ତୁ ବହୁତ କମ୍‌ ଲୋକ ଏଥିରେ ବିଶ୍ୱାସ କରନ୍ତି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଭୋଜନରେ ପ୍ରତ୍ୟହ ସାମିଲ୍‌ କରିଲେ, କେତେକ ରୋଗରୁ ମୁକ୍ତି ମିଳିଥାଏ ।

ଗ୍ରିନ୍‌ ସାଲାଡ଼ : ଏହି ସାଲାଡ୍‌କୁ ଗାର୍ଡେନ୍‌ ସାଲାଡ଼ ମଧ୍ୟ କୁହାଯାଇଥାଏ । ଏଥିରେ ପାଳଙ୍ଗ, ବନ୍ଧା କୋବି, କାକୁଡି ଆଦି ମିଶା ଯାଇଥାଏ । ଗ୍ରିନ୍‌ ସାଲାଡ଼ରେ ଭିଟାମିନ୍‌ ବି-୧୨ ଭରପୁର ମାତ୍ରାରେ ରହିଛି । ଏହା ଭୋଜନ ସହିତ ପରିବେଷଣ କରାଗଲେ ଖାଇବାର ମୁଡ୍‌ ଭଲ ହୋଇଯାଏ । କାରଣ ଏଥିରେ ସେରୋଟୋନିନ୍‌ ଓ ଡୋପାମାଇନ୍‌ ଥାଏ ।

photo-navbharattimes

ଭେଜିଟେବୁଲ ସାଲାଡ଼୍‍: କାକୁଡି, ଟମାଟୋ, ଛତୁ, ପିଆଜ, ମୂଳା ଓ ଗାଜର ଆଦି ମିଶାଇ ଏହାର ପ୍ରସ୍ତୁତି କରାଯାଇଥାଏ । ଏହାକୁ ଅଧିକ ସ୍ୱାଦିଷ୍ଟ କରାଯିବା ଲାଗି ସେଥିରେ ସିଝା ଅଣ୍ଡା ଓ ପନିର ମଧ୍ୟ ମିଶା ଯାଇପାରେ ।
ମିଠା ସାଲାଡ଼: ଡେଜର୍ଟ ବା ମିଠା ସାଲାଡ୍‌ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ । ଏଥିରେ ଆଦୌ ପନିପରିବାକୁ ସାମିଲ୍‌ କରା ଯାଇନଥାଏ । ଏଥିରେ ଷ୍ଟ୍ରବେରି, ଲିଚୁ, ଖଜୁର , ଅଙ୍ଗୁର ଓ ପିଜୁଳିକୁ ମିଶାଯାଇଥାଏ ।
ଫ୍ରୁଟ୍‌ ସାଲାଡ୍‌: ଏହି ସାଲାଡ୍‌ରେ କେବଳ ବିଭିନ୍ନ ପ୍ରକାରର ଫଳ ସାମିଲ୍‌ କରାଯାଇଥାଏ । ଏଥିରେ ଅଙ୍ଗୁର, ସେଓ, କମଳା, କାକୁଡି, ଅଅଁଳା ଆଦିକୁ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ ।

photo-navbharattimes

ମେନ୍‌ କୋର୍ସ ସାଲାଡ୍‌: ଏହା କେବଳ ଡିନର୍‌ ସହିତ ଗ୍ରହଣ କରାଯାଇଥାଏ । ଏଥିପାଇଁ ଏହାର ଅନ୍ୟ ନାମ ଡିନର ସାଲାଡ୍‌ । ଏଥିରେ ଗ୍ରିଲଡ ବା ଫ୍ରାଏଡ୍‌ ଚିକେନ୍‌ ଓ କେତେକ ପ୍ରକାରର ସାମୁଦ୍ରିକ ଖାଦ୍ୟ ମଧ୍ୟ ଥାଏ । ଏହା ଛଡ଼ା ସ୍ୱାଦ ଅନୁଯାୟୀ ଏଥିରେ ବିଭିନ୍ନ ରଙ୍ଗର ପରିବା ସାମିଲ୍‌ କରାଯାଇଥାଏ । ଯଦି ଆପଣ ଚିକେନ୍‌ ସାଲାଡ଼୍‍ ଖାଇବାକୁ ସୁଖ ମଣନ୍ତି, ତେବେ ଫ୍ରାଏଡ୍‌ ଚିକେନ୍‌ ବଦଳରେ ଗ୍ରିଲ୍‌ଡ ଚିକେନ୍‌କୁ ବି ସାମିଲ୍‌ କରିପାରିବେ । ଏହା ସ୍ୱାସ୍ଥ୍ୟ ପକ୍ଷେ ବେଶି ଲାଭଦାୟକ ।
ମନେ ରଖନ୍ତୁ ସାଲାଡ୍‌ ପୂର୍ବରୁ ସବୁ ପନିପରିବା ବା ଫଳକୁ ଭଲ ଭାବେ ଧୋଇ ଦିଅନ୍ତୁ । ରାତିରେ ସାଲାଡ୍‌ ଖାଇଲେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଉପୁଜିପାରେ । ଏଣୁ ଦିନରେ ଏହାକୁ ଖାଇବା ଭଲ ।

ସମ୍ବନ୍ଧିତ ଖବର